Latest Odisha News

ମାସ୍କ କିଣା ଦୁର୍ନୀତିକୁ ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଏତଲା

ଭୁବନେଶ୍ୱର: ମାସ୍କ କିଣାରେ ଦୁର୍ନୀତି ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଥାନାରେ ଏତଲା ହୋଇଛି । କ୍ୟାପିଟାଲ ଥାନାରେ ଏତଲା ଦେଇଛି ଓଡିଶା ସୂଚନା ଅଧିକାରୀ ଅଭିଯାନ । ମାସ୍କ, ସାନିଟାଇଜରରେ ଦୁର୍ନୀତି ହୋଇ୍‌ଥିବା ଅଭିଯୋଗ ହୋଇଛି । ହେମନ୍ତ ଶର୍ମା, ଓ ତୃତୀୟ ମହଲାର ସମସ୍ତେ ଏଥିରେ ସଂପୃକ୍ତ ଥିବା ଅଭିଯୋଗ କରାଯାଇଛି ।

୩୦ ଲକ୍ଷ ମାସ୍କ କେବଳ ୧୦ ଟଙ୍କାରେ କିଣାହୋଇପାରିବ ବୋଲି ନିର୍ଦ୍ଦେଶ ଆସିଥିଳା । ହୋଲସେଲରେ ୧୦ ଟଙ୍କାରେ କିଣାଯାଇ ରିଟେଲ ପ୍ରାଇସରେ ୧୬ ଟଙ୍କାରେ ବ୍ରିକି ହେବ ବୋଲି କେନ୍ଦ୍ରରୁ ଚିଠି ଆସିଥିଲା । ହେଲେ ଯେଉଁ ଦୁଇ ଗୁଣା ଅଢେଇ ଗୁଣା ଦରରେ ମାସ୍କ କିଣା ହେଲା ସେଥିରେ ଲାଭ କିଏ ପାଇଲା ବୋଲି ପ୍ରଶ୍ନ କରିଛି ଓଡିଶା ସୂଚନା ଅଧିକାରୀ ଅଭିଯାନ ।

କରୋନା ମୁକାବିଲା ସରଞ୍ଜାମ କିଣିବା ପାଇଁ ସରକାର ଆଇଏଏସ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦେଇଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ ସହିତ କୋଭିଡ -୧୯ର ଏହି ଗୁରୁଦାୟିତ୍ୱ ବୁଝୁଥିଲେ ହେମନ୍ତ ଶର୍ମା । ତେବେ ଗତ କିଛି ଦିନ ହେବ ସେ ବିବାଦ ଘେରରେ ଥିଲେ । ମହାରାଷ୍ଟ୍ର ଓ ପଂଜାବର ପିପିଇ ଓ ମାସ୍କ ଗାଡିକୁ ଔଷଧ ନିଗମ ଗ୍ରହଣ ନ କରିବା ପରେ ଏ ନେଇ ବିବାଦ ଦେଖାଦେଇଥିଲା । ଏହା ପରେ ହେମନ୍ତ ଶର୍ମାଙ୍କୁ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିଲା ।

Leave A Reply

Your email address will not be published.