Latest Odisha News

BREAKING NEWS

ସୁସ୍ଥ ହେଲେ ଆଉ ୧୪୦ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସୁସ୍ଥ ହାର । ଆଜି ସକାଳୁ ଓଡ଼ିଶାରେ ୧୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ଣରେ ରାଜ୍ୟରେ ଆଉ ୧୪୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୩ରେ ପହଁଚିଛି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକର ସର୍ବାଧିକ ୨୪ ଜଣ ଅଛନ୍ତି । ସେହିପରି ଗଞ୍ଜାମର ୨୨, ନୂଆପଡାର ୨୧, ଯାଜପୁରର ୧୧, ଖୋର୍ଧାର ୧୧ ଓ ଜଗତସିଂପୁରରୁ ୧୧ଜଣ ସୁସ ହୋଇଛନ୍ତି । ସେହିପରି ସୁନ୍ଦରଗଡର ୮, ବଲାଙ୍ଗୀର ଓ ଭଦ୍ରକର ୭ଜଣ ଲେଖାଏଁ, ଢେଙ୍କାନାଳର ୫, ବରଗଡ, କେନ୍ଦ୍ରାପଡାର ଓ ସମ୍ବଲପୁରର ୩ଜଣ ଲେଖାଏଁ ଏବଂ ବାଲେଶ୍ୱର ଓ ପୁରୀରର ୨ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ମଙ୍ଗଳବାର ଦିନ ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି ।

Leave A Reply

Your email address will not be published.