ପୁରୀ: କୋଭିଡ ନିୟମ ଉଲ୍ଲଂଘନ ନେଇ ପୁରୀ ସମୁଦ୍ରକୂଳ ଥାନାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାଁରେ ଏତଲା ହୋଇଛି । ସେହିପରି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ବି ଏତଲା ହୋଇଛି । ଜଗନ୍ନାଥ ସେନା ପକ୍ଷରୁ ଦୁଇ ଜଣଙ୍କର ନାଁରେ ଏତଲା ଦିଆଯାଇଛି ।
ଏତଲାରେ ଦର୍ଶାଯାଇଛି ଯେ, ସମୀର ଦାଶ ଓ ଉମା ସାମନ୍ତରାୟ କୋଭିଡ୍ ପଜିଟିଭ ଥାଇ ଗତକାଲି ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ସେମାନେ ଯୋଗ ଦେଇଥିଲେ । କୋଭିଡ୍ ଗାଇଡ୍ଲାଇନର ଉଲ୍ଲଂଘନ କରିଛନ୍ତି ।
ସେପଟେ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ସରକାରଙ୍କ କୋଭିଡ ନିୟମ ଉଲ୍ଲଂଘନ କରି ନାହାନ୍ତି । ସେପ୍ଟେମ୍ବର ୧୨ରେ ସ୍ୱାବ ଟେଷ୍ଟ ପାଇଁ ଦେଇଥିଲେ ଓ ୧୪ରେ ରିପୋର୍ଟ ଆସିଥିଲା ପଜିଟିଭ ।
ସମୀର ଦାଶ କହିଛନ୍ତି, ସେପ୍ଟେମ୍ୱର ୨୧ତାରିଖରେ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିଲେ । ପଜିଟିଭ୍ ବାହାରିବାର ୨୧ଦିନ ପରେ ମହାରଥୀଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦେଇଥିଲେ ବୋଲି କହିଛନ୍ତି ସମୀର ଦାସ । ସେପଟେ ଉମା ସାମନ୍ତରାୟଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।
Comments are closed.