Latest Odisha News

BREAKING NEWS

ଟଙ୍କା ହେରଫେର ଅଭିଯୋଗ: ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ନାଁରେ ଏତଲା

ସମ୍ବଲପୁର: ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲ । ଧନୁପାଲି ଥାନାରେ ତାଙ୍କ ନାଁରେ ଏତଲା ଦେଲା ସମ୍ବଲପୁର ବାର୍ ଆସୋସିଏସନ । ଏଲ.ଆର୍. ଲ’ କଲେଜ ଛାତ୍ରଙ୍କ ଟଙ୍କା ହେରଫେର ନେଇ ଅଭିଯୋଗ କରିଛି ସଂଘ । ମିତ୍ତଳ ୬୨ ଲକ୍ଷ ୬୭ ହଜାର ଟଙ୍କା ଚଞ୍ଚକତା କରିଥିବା କହିଛି ସଂଘ ।

ପ୍ରଫେସର ମିତ୍ତଲ ବିବାଦରେ ଫସିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୨୦୨୧ ଏପ୍ରିଲ ୨୧ ତାରିଖରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ସମେତ ଅନ୍ୟ ଦୁଇ ଜଣ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପାଇଁ ଭିସି ଦାୟୀ ବୋଲି ଅଭିଯୋଗ କରି ବୁର୍ଲା ଥାନାରେ ଏତଲା ଦେଇଥିଲେ ଦୀନବନ୍ଧୁଙ୍କ ପୁଅ ଅଭିଷେକ ।

ସୂଚନାଯୋଗ୍ୟ, ୨୭ ବର୍ଷ ଚାକିରି ପରେ ବି ସ୍ଥାୟୀ ନହେବା ଓ ଏହାକୁ ନେଇ କୁଳପତିଙ୍କ ସହ ବଚସା ପରେ କ୍ୟାମ୍ପସ ଭିତରେ ଆତ୍ମାହୁତି କରିଥିଲେ ।

Leave A Reply

Your email address will not be published.