Latest Odisha News

BREAKING NEWS

ଏବେ ମହାମାରୀରୁ ଲୋକଙ୍କୁ ବଂଚାଉଛନ୍ତି ଏହି ଟି୨୦ ଷ୍ଟାର !

ନୂଆଦିଲ୍ଲୀ: ଭାରତକୁ ୨୦୦୭ରେ ଟି୨୦ ବିଶ୍ୱକପ ଜିତାଇଥିବା ଯୋଗିନ୍ଦର ଶର୍ମା ଏବେ କରୋନା ମହାମାରୀ ସମୟରେ ନିଜ ଭୂମିକାକୁ ସୁଚାରୂରୂପେ ତୁଲାଉଛନ୍ତି । ଯୋଗିନ୍ଦର ହିସାରରେ ଡିଏସପି ଚାକିରୀ କରୁଛନ୍ତି ।

କରୋନାରୁ ମୁକୁଳିବା ପାଇଁ ଲକଡାଉନ ଏକମାତ୍ର ବିକଳ୍ପ ବୋଲି ସେ ଲୋକମାନଙ୍କୁ ବୁଝାଉଛନ୍ତି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ତାଙ୍କର ଏହି ଉଦ୍ୟମକୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଧ୍ୟ ଭୂୟସୀ ପ୍ରଶଂସା କରିଛି ।

ଆଇସିସି ଟୁଇଟରରେ ତାଙ୍କର ଫଟୋ ମଧ୍ୟ ଶେୟାର କରିଛି । ଆଇସିସି ଟୁଇଟ କରିଛି ୨୦୦୭ର ଟି୨୦ ହିରୋ ଏବେ ବାସ୍ତବ ଜୀବନରେ ମଧ୍ୟ ଲୋକଙ୍କ ପାଇଁ ହିରୋ ସାଜିଛନ୍ତି । ଯୋଗିନ୍ଦର ଏକ ଭିଡିଓ ଶେୟାର କରି ଲୋକମାନଙ୍କୁ ଲକଡାଉନ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.