Latest Odisha News

ଏକତା କାପୁରଙ୍କ ଅସୁବିଧା ବଢ଼ିଲା: ବିହାର ପରେ ମଧ୍ୟପ୍ରଦେଶରେ ଏଫଆଇଆର

ଇନ୍ଦୋର: ୱେବସିରିଜ ଟ୍ରିପଲଏକ୍ସ-୨ରେ ସେନାକୁ ଅପମାନିତ କରିବା ନେଇ ଫିଲ୍ମମେକର୍ ଏକତା କାପୁର ଫସିଛନ୍ତି । ବିହାର ପରେ ମଧ୍ୟପ୍ରଦେଶରେ ତାଙ୍କ ନାମରେ ଅଭିଯୋଗ ଦାଖଲ କରାଯାଇଛି । ଟ୍ରିପିଲ୍ ଏକ୍ସ-୨ର ଅନୁପଯୁକ୍ତ ଓ ଅଶ୍ଳିଳ ବିଷୟବସ୍ତୁ ବିରୁଦ୍ଧରେ କିଛି ପୂର୍ବତନ ସେନା ଅଧିକାରୀ ଗୁରୁଗ୍ରାମର ପାଲମ ବିହାର ପୁଲିସ ଷ୍ଟେସନ୍‌ରେ ଏକ ଅଭିଯୋଗ ଦାଖଲ କରିଥିଲେ । ରିପୋର୍ଟ ମୁତାବକ ଚାପରେ ପଡି ଏକତା କେତେକ ଆପତିଜନକ ଦୃଶ୍ୟ ୱେବ ସିରିଜରୁ ହଟାଇଛନ୍ତି ।

ଟ୍ରିପିଲ୍ ଏକ୍ସ-୨ ଆର୍ମି ଅଫିସର୍‌ଙ୍କ ଜୀବନ ଉପରେ ପର‌୍ୟ୍ୟବେସିତ । କଲ୍ୟାଣ ଫାଉଣ୍ଡେସନ୍‌ର ଚେୟାରମ୍ୟାନ୍ ମେଜର ଟି.ସି. ରାଓ କହିଛନ୍ତି, ସେନା ଯବାନମାନେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରନ୍ତି, କିନ୍ତୁ ୱେବ୍ ନିର୍ମାତା ତଥା ନିର୍ଦ୍ଦେଶକମାନେ ସେମାନଙ୍କ ଫିଲ୍ମରେ ବର୍ଣ୍ଣନା କରିଛନ୍ତି ଯେ ଯବାନମାନେ ସୀମାରେ ଦେଶ ସେବା କରିବା ସମୟରେ ସେମାନଙ୍କ ପତ୍ନୀ ଘରେ ପର ପୁରୁଷ ସହ ସମ୍ପର୍କ ରଖୁଛନ୍ତି । ଏହି ବିଷୟବସ୍ତୁ ଅତ୍ୟନ୍ତ ଆପତ୍ତିଜନକ । ଏହା ଆମ ସୈନ୍ୟବାହିନୀର ମନୋବଳ ଭାଙ୍ଗିପାରେ ବୋଲି ସେ କହିଛନ୍ତି । ସେନା ଅଧିକାରୀ ପିନ୍ଧିଥିବା ୟୁନିଫର୍ମରେ ଆଶୋକ ସ୍ତମ୍ଭ ଓ ତାଜ୍‌ର ପ୍ରତୀକ ରହିଥିବା ‘ଟ୍ରିପିଲ୍ ଏକ୍ସ-୨’ ଦର୍ଶାଇଛି ।

Leave A Reply

Your email address will not be published.