Latest Odisha News

BREAKING NEWS

ଝଡ଼ବର୍ଷା ସମ୍ଭାବନା; ଜାଣନ୍ତୁ, କେଉଁ ସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ଶନିବାର ସନ୍ଧ୍ୟା ୬ଟା ୪୫ ସୁଦ୍ଧା ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର ୧୯ଟି ଜିଲ୍ଲାରେ ବଜ୍ରପାତ ସହିତ ହେବ ସାମାନ୍ୟରୁ ମଧ୍ୟମ ଧରଣର ଝଡ଼ବର୍ଷା ।

ଯେଉଁ ୧୯ଟି ଜିଲ୍ଲାରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ ସେହି ଜିଲ୍ଲା ଗୁଡ଼ିକ ହେଲା – ବାଲେଶ୍ୱର, ଅନୁଗୁଳ, ନୟାଗଡ଼, କନ୍ଧମାଳ, ସୋନପୁର, ଗଞ୍ଜାମ, ନବରଙ୍ଗପୁର, ଗଜପତି, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବୌଦ୍ଧ ଏବଂ କଟକ ଜିଲ୍ଲା ।

ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦ରୁ ୪୦ କିଲୋମିଟର୍ ବେଗରେ ପବନ ବହିବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.