Latest Odisha News

BREAKING NEWS

ଫ୍ରାନ୍ସ ସେନା ଗୁଳିରେ ଉତର ଆଫ୍ରିକାର ଅଲ କାଏଦା ମୁଖ୍ୟ ଅବଦେଲମାଲିକ ନିହତ

ପ୍ୟାରିସ: ଫ୍ରାନ୍ସ ଓ ମାଳି ସେନାଙ୍କ ମିଳିତ ଅପେରେଶନରେ ଉତରଆଫ୍ରିକାରେ ଅଲକାଏଦାର ମୁଖ୍ୟ ଅବଦେଲମାଲିକ ଡ୍ରୋକଡେଲ ମୃତ୍ୟୁବରଣ କରିଛି । ଆଲଜେରିଆର ପାହାଡ ଭିତରେ ଆତଙ୍କବାଦୀମାନେ ଲୁଚି ରହିଥିଲେ । ସେନାରେ ମିଳିତ ଆକ୍ରମଣରେ ଅନେକ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ।

ଏହା ଆମ ପାଇଁ ଏକ ବହୁତ ବଡ ସଫଳତା ବୋଲି ଫ୍ରାନ୍ସର ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି କହିଛନ୍ତି । ୭ ବର୍ଷ ଧରି ଆମକୁ ଏହି ଦୁର୍ଦ୍ଦନ୍ତ ଅପରାଧୀକୁ ଖୋଜୁଥିଲୁ ବୋଲି ସେ କହିଛନ୍ତି । ୨୦୧୩ ପରଠାରୁ ଉତରଆଫ୍ରିକାରେ ୫୨୦୦ ସୈନିକ ନିୟୋଜିତ କରିଛୁ । ପୂର୍ବରୁ ୧୯ ମେ’ରେ ମହମ୍ମଦ ଅଲ ମରାବତଙ୍କୁ ମଧ୍ୟ ମରାଯାଇଥିଲା ବୋଲି ରକ୍ଷାମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.