Latest Odisha News

BREAKING NEWS

ଲଂଚ ବଦଳରେ ପଂଚ ଘଟଣା: ହିତେଶାଙ୍କ ବିରୋଧରେ ଏଫଆଇଆର ରୁଜୁ

ବାଙ୍ଗାଲୋର: ବାଙ୍ଗାଲୋରରେ ଜୋମାଟୋ କର୍ମଚାରୀ କାମରାଜ ମାଡ ମରିଥିବା ଅଭିଯୋଗ କରିଥିବା ମଡେଲ ହିତେଶା ଚନ୍ଦ୍ରାଣୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ହିତେଶା ଅନଲାଇନରେ ଜୋମାଟୋରେ ଖାଦ୍ୟ ଅର୍ଡର କରିଥିଲେ । ଏହା ବିଳମ୍ବରେ ପହଂଚାଇବାରୁ କାମରାଜଙ୍କ ଉପରେ ହିତେଶା ବିରକ୍ତ ହୋଇଥିଲେ । ଏହା ପରେ କାମରାଜ ତାଙ୍କୁ ମାରି ନାକ ଫଟାଇ ଦେଇଥିବା ସେ ଅଭିଯୋଗ କରିଥିଲେ । ଏହାର ଭିଡିଓ ସେ ସୋସିଆଲ ସାଇଟରେ ଛାଡିଥିଲେ ଯାହା କି ଭାଇରାଲ ହୋଇଥିଲା ।

ପରେ କାମରାଜ ଥାନରେ ସମ୍ପୂର୍ଣ୍ଣ ଘଟଣା ବର୍ଣ୍ଣନା କରିଥିଲେ, ତାଙ୍କ ମତରେ ହିତେଶା ତାଙ୍କୁ ଚପଲରେ ମାରିବା ପାଇଁ ଉଦ୍ୟମ କରିଥିଲେ । ଧସ୍ତା ଧସ୍ତି ମଧ୍ୟରେ ହିତେଶା ନିଜ ହାତ ତାଙ୍କ ନାକରେ ବାଜିଥିଲା । ମୁଦି ପିନ୍ଧିଥିବାରୁ ତାଙ୍କ ନାକ ଫାଟି ଯାଇଥିଲା । ଏବେ ପୋଲିସ ହିତେଶାଙ୍କ ବିରୋଧରେ ୩୫୫, ୫୦୪ ଓ ୫୦୬ ମାମଲା ରୁଜୁ କରିଛି ।

Leave A Reply

Your email address will not be published.