Latest Odisha News

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ନାଁରେ ଏତଲା

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ନାଁରେ ଏତଲା । ସ୍ୱାସ୍ଥ୍ୟ ମନ୍ତ୍ରୀ ଝିଅ ଦୀପାଳି ଦାସ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ-୧୯ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ। ଏନେଇ ଝାରସୁଗୁଡା ଏସ୍‌ପି ସୂଚନା ଦେଇଛନ୍ତି । ପୌରପରିଷଦ ଅଧିକାରୀଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି।

ଗତ ୨୨ ତାରିଖରେ କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ କରି ଊଜଊଇ କନ୍ଫରେନ୍ସ ହଲରେ ନରସିଂହ-ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟର ସଭା କରିଥିଲେ। କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ନବ ଦାସଙ୍କ ଝିଅ ଦୀପାଳି ଏହି କାର‌୍ୟ୍ୟକ୍ରମର ଆୟୋଜନ କରିଥିଲେ। ଯେଉଁଥିରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ମଧ୍ୟ ଦୀପାଳି ଦାସଙ୍କ ନାଁରେ ଏତଲା ଦେଇଥିଲା।

ପୂର୍ବରୁ ତଥା ଗତ ଡିସେମ୍ବର ମାସରେ ହୀରାକୁଦର ନିଷିଦ୍ଧାଞ୍ଚଳରେ ୩ଜଣ ଓଲିଉଡ୍ ଅଭିନେତ୍ରୀଙ୍କ ସମେତ ଦୀପାଳି ବୁଲୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏନେଇ ମାମଲା ମଧ୍ୟ ହୋଇଥିଲା।

Comments are closed.