Latest Odisha News

BREAKING NEWS

କଟକ ବିଏସଏନଏଲ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଟେଲିକମ ସେବା ବ୍ୟାହତ

କଟକ: କଟକ ବଜ୍ରକବାଟୀ ସ୍ଥିତ ବିଏସଏନଏଲର ମୁଖ୍ୟ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ ।

ମିଳିଥିବା ସୂଚନା ଅନୁସାରେ, ଅଗ୍ନିକାଣ୍ଡ ଯୋଗୁଁ ବିଏସଏନଏଲ ଫୋନ୍ ସେବା ବ୍ୟାହତ ହୋଇଛି । କାର୍ଯ୍ୟାଳୟ ଭିତରେ ନିଆଁ ଲାଗିବାଥିବା କାରଣରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ଯନ୍ତ୍ର ଜଳିଯାଇଥିବା ଆଶଙ୍କା କରାଯାଉଛି ।

ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।

Leave A Reply

Your email address will not be published.