Latest Odisha News

BREAKING NEWS

ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ଫ୍ଲାଇଟ୍ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ ।

ଏନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଅଧିକାରୀଙ୍କୁ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଚିଠି କରିଛନ୍ତି । ତେବେ କେବେଠୁ ସାମୟିକ ଭାବେ ଉଡାଣ ବନ୍ଦ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଆସନ୍ତା ସେପ୍ଟେମ୍ବର ୨୫ ତାରିଖ ବେଳକୁ ଏହି ଉଡାଣ ବନ୍ଦ ରହିବ ବୋଲି ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ଏୟାର ଏସିଆ ପକ୍ଷରୁ ଗତ ୨୦୧୮ ମସିହା ଡିସେମ୍ବର ୭ ତାରିଖରେ ଭୁବନେଶ୍ୱର-ବ୍ୟାଙ୍କକକୁ ଉଡାଣ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.