Latest Odisha News

BREAKING NEWS

ଋଷ ଏୟାରପୋର୍ଟରେ ୟୁକ୍ରେନର ଡ୍ରୋନ ଆକ୍ରମଣ: ଧ୍ୱଂସ ହେଲା ୪ ବିମାନ

ମସ୍କୋ: ୮ ମାସ ତଳେ ମସ୍କୋ ୟୁକ୍ରେନକୁ ସୈନ୍ୟ ପଠାଇବା ପରଠାରୁ ରୁଷ୍ ମାଟିରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ହୋଇଛି । ଆଜି ସକାଳେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଛି  । ଫଳରେ ଋଷ ବିମାନ ବନ୍ଦନରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ଏହି ଡ୍ରୋନ ଆକ୍ରମଣରେ ୪ଟି ବିମାନ ନଷ୍ଟ ହୋଇଥିବା ସୂଚନା ରହିଛି । ପ୍ରାଥମିକ ଆକଳନରୁ ଯାହା ଜଣାପଡିଛି ଯେ  କୌଣସି ସାଙ୍ଘାତିକ ଅବସ୍ଥା ସୃଷ୍ଟି ହୋଇନାହିଁ।

ଘଟଣାଟି ଗତକାଲି  ରାତିରେ ଘଟିଥିବାରୁ ସୁବିଧା ଅସୁବିଧା ଜାଣିବା କଷ୍ଟସାଧ୍ୟ ହୋଇପଡ଼ିଛି। ଯଦି ସବୁ ଠିକ୍‌ଠାକ୍‌ ଥାଏ , ତେବେ ଆସନ୍ତାକାଲିଠାରୁ ସ୍ୱାଭାବିକ ଭାବେ ବିମାନ ଚଳାଚଳ ଆରମ୍ଭ ହେବ। ସେଥିରୁ ୩ଟି ଡ୍ରୋନ୍‌କୁ ବ୍ରିୟାନ୍‌ସ୍କ ଅଞ୍ଚଳରେ ରୁଷୀୟ ସେନା ଗୁଳି ମାରି ଖସାଇ ଦେଇଛନ୍ତି। ଡ୍ରୋନ୍‌ ଆକ୍ରମଣଜନିତ ଅଗ୍ନିକାଣ୍ଡର ଭିଡିଓ ଟେଲିଗ୍ରାମରେ ପୋଷ୍ଟ କରିଛନ୍ତି ଗଭର୍ଣ୍ଣର୍‌ ମିଖାଇଲ୍‌ ବେଦେର୍ଣ୍ଣିକୋଭ୍‌  । ଏହି ଭିଡିଓରେ ବିସ୍ଫୋରଣ ଓ ସାଇରନ୍‌ ଶବ୍ଦ ଶୁଣାଯାଉଛି। ସେ ଲେଖିଛନ୍ତି ପସ୍କୋଭ୍‌ ବିମାନବନ୍ଦରକୁ ଡ୍ରୋନ୍‌ ଆକ୍ରମଣ ଛାରଖାର କରିପକାଇଛି। କିନ୍ତୁ, ଏହି ଡ୍ରୋନ୍‌ ଆକ୍ରମଣ ଯୋଗୁଁ କେହି ପ୍ରାଣ ହରାଇ ନାହାନ୍ତି  ।

Leave A Reply

Your email address will not be published.