Latest Odisha News

BREAKING NEWS

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ! ଦୋକାନ ବାରଣ୍ଡାରୁ ମିଳିଲା ଦୋକାନୀଙ୍କ ମୃତଦେହ

ବରଗଡ଼ : ବରଗଡ ଜିଲ୍ଲା ବରପାଲି ଥାନା ବାରଗୁଡା ଗାଁରେ ଜଘନ୍ୟକାଣ୍ଡ  । ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ଗୋପବନ୍ଧୁ ସେଠ ବୋଲି ଜଣାପଡିଛି  । ପୋଲିସ ଘଟଣାରେ  ତଦନ୍ତ ଜାରି ରଖିଛି । ସୂଚନା ମୂତାବକ ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାର୍‌ଗୁଡ଼ା ଗାଁ ରେଲୱେ ଫାଟକ ନିକଟରେ  ଗୋପବନ୍ଧୁ ସେଠ ପାନ ଦୋକାନ କରିଥିଲେ। ସବୁଦିନ ଭଳି ଗତକାଲି ରାତିରେ ସେ ଦୋକାନ ବାରଣ୍ଡାରେ ମଶାରୀ ଟାଣି ଶୋଇଥିଲେ। ଏହି ସମୟରେ କେହି ଦୁର୍ବୁତ୍ତ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସକାଳୁ ଦୋକାନ ବାରଣ୍ଡାରୁ ଗୋପବନ୍ଧୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି  ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଗୋପବନ୍ଧୁଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପୁଅ ଅନୀଲ ସେଠ । ଏ ନେଇ ସେ ବରପାଲି ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ପୂର୍ବରୁ ଗୋପବନ୍ଧୁ ସେଠଙ୍କର ଗାଁର କିଛି ପଡୋଶୀଙ୍କ ସହ ଗଣ୍ଡଗୋଳ ହୋଇଥିବା କଥା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ପୁଅ । ସେମାନେ ମିଶି ମୋ ବାପାଙ୍କୁ ମାରିଛନ୍ତି ବୋଲି ଥାନାରେ କହିଛନ୍ତି। ଘଟଣାସ୍ଥଳରେ ବରପାଲି ପୋଲିସ, ସାଇଣ୍ଟିଫିକ ଟିମ୍ ସହ ସନ୍ଧାନି କୁକୁର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି  ।

 

Leave A Reply

Your email address will not be published.