Latest Odisha News

BREAKING NEWS

ସନରାଇଜର୍ସ ହାଇଦ୍ରାବାଦ ଟିମ୍ ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ 

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଏପର୍ଯ୍ୟନ୍ତ ଆଇପିଏଲ ୨୦୨୫ରେ ନିରାଶାଜନକ ପ୍ରଦର୍ଶନ କରିଛି। ଦଳର ଆଗାମୀ ମ୍ୟାଚ୍ ଏପ୍ରିଲ ୧୭ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହେବ।

ସୂଚନା ଅନୁସାରେ ସୋମବାର ସକାଳେ ହାଇଦ୍ରାବାଦର ଟିମ୍ ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ସମସ୍ତ ଖେଳାଳି ସୁରକ୍ଷିତ ଥିବା ଜଣାପଡିଛି। ସନରାଇଜର୍ସ ହାଇଦ୍ରାବାଦର ଖେଳାଳିମାନେ ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ରହିଛନ୍ତି। ଏଠାରେ ଥିବା ପାର୍କ ହାୟାଟ୍ ହୋଟେଲର ଗୋଟିଏ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଯାହା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ହୋଟେଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଧୂଆଁ ବ୍ୟାପିଯାଇଥିଲା।

ଅପରପକ୍ଷେ ଅଗ୍ନିକାଣ୍ଡ ପରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳିମାନଙ୍କୁ ଅନ୍ୟ ଏକ ହୋଟେଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି।

Comments are closed.