Latest Odisha News

ଚାନ୍ଦବାଲିରେ ନିଆଁ ଲାଗି ତିନିଟି ଗୋଦାମ ଛାରଖାର

ଭଦ୍ରକ: ଜଳି ଗଲା ତିନି ତିନିଟି ଗୋଦାମ ଘର । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଶାସ୍ତ୍ରୀଘାଟ ନିକଟରେ ଥିବା ୩ଟି ଗୋଦାମ ଜଳି ଛାରଖାର ହୋଇଯାଇଛି । ପାଖାପାଖି ୩୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।

BjdElectrycity

ଚାନ୍ଦବାଲି ଶାସ୍ତ୍ରୀଘାଟ ନିକଟରେ ଥିବା ଦୁଇଟି ଧାନ ଗୋଦାମ ଓ ଗୋଟିଏ ପାଇପ ଗୋଦାମରେ ନିଆଁ ଲାଗିଥିଲା । ଖବର ପାଇ ଚାନ୍ଦବାଲି ଓ ରାଜକନିକା ଅଗ୍ନିଶନ ବାହିନୀ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଗୋଦାମରେ ଥିବା ସବୁ ସାମଗ୍ରୀ ନିଆଁ ଆଁ ଭିତରେ ଚାଲି ଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.