Latest Odisha News

BREAKING NEWS

ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରେସି ଜିଲ୍ଲାର କାଟ୍ରାସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିର କମ୍ପ୍ଲେକ୍ସ ଭିତରେ ଥିବା ଏକ ବିଲ୍ଡିଂରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି।

ସୂଚନା ଅନୁଯାୟୀ ସର୍ଟ ସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ମନ୍ଦିର ନିକଟସ୍ଥ କଲିକା ଭବନରେ ଥିବା ଏକ କ୍ୟାସ କାଉଣ୍ଟରରେ ପ୍ରାୟ ୪ଟା ୧୫ମି. ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ପ୍ରାୟ ଦୀର୍ଘ ସମୟର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

ଅଧିକାରୀଙ୍କ କହିବାନୁଯାୟୀ, ଏହି ଅଗ୍ନିକାଣ୍ଡରେ କିଛି ନଗଦ ଟଙ୍କା ଓ ଡକ୍ୟୁମେଣ୍ଟ ନଷ୍ଟ ହୋଇଯାଇଛି।

Comments are closed.