Latest Odisha News

BREAKING NEWS

ରାଜଧାନୀର ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳୁଛି ବାର୍‌, ଧୂଆଁମୟ ପରିବେଶ। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ହୋଟେଲ୍ ପାରାଡାଇଜ୍ ରେ ଅଗ୍ନିକାଣ୍ଡ ଘଟିବା ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି।  ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ୫ଟି ଟିମ୍ ନିୟୋଜିତ ଅଛନ୍ତି।

ସୂଚନା ଅନୁଯାୟୀ ସକାଳ ୮ଟା ୫୦ ମିନିଟ୍ ସମୟରେ ସତ୍ୟବିହାରରେ ଥିବା ଏକ ବାର (ନୋ ଲିମିଟ୍)ରେ ଲାଗିଥିଲା ନିଆଁ। ବାରର ଉପରେ ଥିବା ଛାତରେ ନିଆଁ ଲାଗିଥିଲା। ଏହାପରେ ନିଆଁ ସମଗ୍ର ବିଲ୍ଡିଂକୁ ବ୍ୟାପିଥିଲା। ଖବର ପାଇ କାଳ ବିଳମ୍ବ ନ କରି ଦୁଇଟି ଦମକଳ ବାହିନୀ ନିଆଁଲିଭା କାମରେ ନିୟୋଜିତ ହୋଇଥିଲେ। ମୁଖ୍ୟ ଅଗ୍ନିଶମ ଅଧିକାରୀ ରମେଶ ମାଝୀଙ୍କ ସୂଚନା ଅନୁଯାୟୀ ନିଆଁକୁ ସଂପୂର୍ଣ୍ଣ ରୂପେ ଆୟତ୍ତ କରାଯାଇଛି। ଏଥିଲାଗି ପ୍ରାୟ ଘଣ୍ଟାଏ ସମୟ ଲାଗିଥିଲା। ତେବେ କ୍ଷୟକ୍ଷତିର ଆକଳନ କରାଯାଇନାହିଁ।

ଏଣେ ଅଗ୍ନିକାଣ୍ଡର କାରଣ ଏଯାଏ ସାମ୍ନାକୁ ଆସିନାହିଁ। ତେଣେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ବାରରେ ଅଗ୍ନିଶମ ବିଭାଗର ଲାଇସେନ୍ସ ନଥିଲା କି ନିୟମ ମାନୁ ନଥିଲେ ବାର୍ ମାଲିକ। ଏଣେ ଉକ୍ତ ବାରରେ ହୁକ୍କା ବାର୍ ଚାଲୁଥିଲା। ତାହାର ପ୍ରମାଣ ମିଳିଛି। ତେଣେ ଏହି ବାର୍‌କୁ ଲାଇସେନ୍ସ ଦିଆଯାଇନଥିଲା ବୋଲି ଅବକାରୀ ବିଭାଗରୁ ସୂଚନା ଦିଆଯାଇଛି। କେମିତି ବେଆଇନ୍ ଭାବେ ଏହି ବାର୍ ଚାଲୁଥିଲା, ତାହାର ଖୋଳତାଡ଼ ହେବା ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

Leave A Reply

Your email address will not be published.