Latest Odisha News

BREAKING NEWS

ତାଳଚେର କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କ୍ଷତିଗ୍ରସ୍ତ ସାଇଲୋ

ତାଳଚେର: ଭରତପୁର କୋଇଲା ଖଣିର କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଓ ସାଇଲୋରେ ଅଗ୍ନିକାଣ୍ଡ । ଗତକାଲି ରାତିର ଅଗ୍ନିକାଣ୍ଡ ଘଟିଥିଲାବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି ।

ମିଳଥିବା ରିପୋର୍ଟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସାଇଲୋରେ ଲାଗିଥିବା ବେଲ୍ଟରେ ହଠାତ୍ ନିଆଁ ଲାଗିଯାଇଥିଲା । ସେଠାରେ ଧୂଆଁ ବାହାରୁଥିବା ଦେଖି କର୍ମଚାରୀମାନେ ବେଲ୍ଟକୁ ବନ୍ଦ କରି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ବି ସର୍ଟ ସର୍କିଟ୍ କିମ୍ବା ବେଲ୍ଟର ନିମ୍ନରେ ଥିବା ରୋଲର୍ ନିଷ୍କ୍ରିୟ ଥିବାରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ଘଟଣାକୁ ନେଇ ଏମ୍‌ସିଏଲ୍ କର୍ତ୍ତୃପକ୍ଷ ଚୁପ୍ ରହିଥିଲାବେଳେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଶ୍ରମିକ ସଙ୍ଗଠନ ଅଭିଯୋଗ କରିଛି ।

Leave A Reply

Your email address will not be published.