Latest Odisha News

BREAKING NEWS

ପୁରୀରେ ପହଂଚିଲା ରଥ ଦଉଡି

ପୁରୀ: କରୋନା ମହାମାରୀରେ କଟକଣା ଅନୁଯାୟୀ ଚଳିତବର୍ଷ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ତଥା ଓଡିଆଙ୍କ ଗର୍ବ ଗୌରବ ପବିତ୍ର ରଥଯାତ୍ରା । ଏଥିପାଇଁ ଶ୍ରୀକ୍ଷେତ୍ରରେ ଆସି ପହଂଚିଛି ରଥ ଦଉଡି । ଯେଉଁଥିରେ ୧୪ଟି ଦଉଡି ରଥ ପାଇଁ ଆସିଥିବାବେଳେ କର୍ଡନ୍ ପାଇଁ ୬ଟି ଦଉଡି ଅଣାଯାଇଛି ।

ସର୍ବମୋଟ ୨୦ଟି ଦଉଡିକୁ ପ୍ରସ୍ତୁତ କରିଛି ବୀରପ୍ରତାପପୁର ସ୍ଥିତ ରାଜ୍ୟ ସମବାୟ କତା ନିଗମ । ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର କୋଭିଡ୍ କଟକଣା ଅନୁଯାୟୀ ସମସ୍ତ ଦଉଡିକୁ ପ୍ରସ୍ତୁତ କରିଛନ୍ତି । ସମସ୍ତ ଦଉଡିକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରଖାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.