Latest Odisha News

BREAKING NEWS

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲ କଲେଜରେ ସୋମବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନଜରକୁ ଆସିଛି ।

ସୁତ୍ରରୁ ପ୍ରକାଶ ଯେ ଏହି ମେଡିକାଲ ବିଲ୍ଡିଙ୍ଗର ୩ୟ ମହଲାରେ ଥିବା ଫିଜିଓଥେରାପି ବିଭାଗରେ ଅଗ୍ନିକାଣ୍ଡ ଘଟିଛି । ଏଥିସହିତ ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ସମୟରେ ଫିଜିଓଥେରାପି ବିଭାଗରେ କେହି ଉପସ୍ଥିତ ନଥିଲେ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିନେଇଛି । ତେବେ ଏହି ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନଥିଲା ବେଳେ ସର୍ଟସର୍କିଟ ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.