ଜାକର୍ତ୍ତା: ବୁଧବାର ସକାଳେ ଇଣ୍ଡୋନେସିଆର ରାଜଧାନୀ ନିକଟରେ ଏକ ଜନଗହଳିପୂର୍ଣ୍ଣ କାରାଗାରରେ ଅଗ୍ନିକାଣ୍ଡ ଘଟି ଅତି କମରେ ୪୧ ଜଣ ଅନ୍ତେବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି।
ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅଧିକାରୀମାନେ ଅନୁସନ୍ଧାନ ଜାରି ରଖିଛନ୍ତି ବୋଲି ନ୍ୟାୟ ମନ୍ତ୍ରଣାଳୟର ସଂଶୋଧନ ବିଭାଗର ମୁଖପାତ୍ର କହିଛନ୍ତି।
ଏହି ଜେଲ୍ ୧୨୨୫ ଜଣ ଅନ୍ତେବାସୀଙ୍କୁ ରହିବା ପାଇଁ ତିଆରି ହୋଇଥିବା ବେଳେ ଏଠାରେ ୨୦୦୦ ରୁ ଅଧିକ କଏଦୀ ରହୁଥିଲେ। ଏଥିପାଇଁ ଶହ ଶହ ପୋଲିସ ନିୟୋଜିତ ହୋଇଥିବା ଜଣାପଡ଼ିଛି।
ସେ କହିଛନ୍ତି କିଛି ଘଣ୍ଟା ପରେ ନିଆଁ ଲିଭା କାର୍ଯ୍ୟ ନିୟନ୍ତ୍ରଣ ହୋଇଛି ଏବଂ ସମସ୍ତ କଏଦୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Comments are closed.