Latest Odisha News

BREAKING NEWS

ମା’ ତାରାତାରିଣୀ ପୀଠରେ ଭୟଙ୍କର ଅଗ୍ନିକାଣ୍ଡ

ବ୍ରହ୍ମପୁର: ତାରାତାରିଣୀ ପୀଠରେ ନିଆଁ । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ଦୀପ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପସିରରରେ ଥିବା ୩ ଟି ଦୀପ ଘରେ ନିଆଁ ଲାଗିଛି। ନବରାତ୍ରୀ ପୂଜା ଚାଲିଥିବା ସମୟରେ ଏପରି ଅଘଟଣ ଘଟିଛି ।

ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ଦୁଇଟି ଦୀପ ଘର ପୋଡିଯାଇଥିବା ସୂଚନା ମିଳିଛି । ଅଗ୍ନୀସମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି।

ମନ୍ଦିରରେ ଆଜି ମହାସପ୍ତମୀ ପୂଜା ନୀତିକାନ୍ତି ଅନୁସାରେ ଚାଲିଛି । ଅନ୍ୟପଟେ ବିଭିନ୍ନ ଶକ୍ତିପୀଠରେ ଷୋଡଶ ଉପଚାର ଅନୁଯାୟୀ ମା’ଙ୍କ ମହାଷ୍ଟମୀ ପୂଜାର୍ଚ୍ଚନା ଚାଲିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.