Latest Odisha News

BREAKING NEWS

ଆଲମିରାରେ ବିଡାବିଡା ଟଙ୍କା, କାହାଠୁ ଜବତ ହେଲା ୧୪୨ କୋଟି ଟଙ୍କା ?

ନୂଆଦିଲ୍ଲୀ: ହାଇଦ୍ରାବାଦର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ ଗତ ବୁଧବାର ଛାପା ମାରିଥିଲା ଆୟକର ବିଭାଗ । ଲଗାତାର ଭାବେ ଦୁଇଟି ପର୍ଯ୍ୟାୟ କ୍ରମେ ଜବତ ହୋଇଥିଲା ୫୦୦ କୋଟି ଓ ୧୪୨.୮୭ କୋଟି ଟଙ୍କା । ଜବତ ଟଙ୍କାକୁ ନେଇ କମ୍ପାନୀ ତରଫରୁ କøଣସି ପ୍ରକାର ସ୍ପଷ୍ଟୀକରଣ ସାମ୍ନାକୁ ଆସିପାରିନି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଚଢାଉ ହୋଇଥିବା କମ୍ପାନୀ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦାନ ଓ ଫର୍ମୁଲେସନ ପ୍ରସ୍ତୁତ କରୁଥିଲା । କମ୍ପାନୀର ଅଧିକାଂଶ ପ୍ରଡକ୍ଟ ଆମେରିକା, ୟୁରୋପ, ଦୁବାଇ ଓ ଆଫ୍ରିକୀୟ ଦେଶକୁ ରପ୍ତାନୀ ହେଉଥିଲା ।

ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ ଚଢାଉ ସମୟର ଆଲମିରାରେ ଟଙ୍କା ଭର୍ତ୍ତି ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଆୟକର ବିଭାଗ ଏହି ଫଟୋକୁ ନେଇ କୌଣସି ମନ୍ତବ୍ୟ ଦେଇନାହିଁ । ତେବେ ଜି ନ୍ୟୁଜ ରିପୋର୍ଟ ଅନୁଯାୟୀ ହାଇଦ୍ରାବାଦର ହିଟେରୋ ଡ୍ରଗ୍ସ କମ୍ପାନୀରେ ଚଢାଉ ହୋଇଥିଲା । ଏହି କମ୍ପାନୀ ହିଁ ଭାରତରେ ପ୍ରଥମ ଥର ପାଇଁ ରେମଡେସିଭିୟର ଇଂଜେକ୍ସନର ଜେନେରିକ ଭର୍ସନ୍ କୋଭିଫୋର୍ ପ୍ରସ୍ତୁତ କରିଥିଲା ।

Leave A Reply

Your email address will not be published.