Latest Odisha News

ନାଲକୋ ସିପିପିରେ ଭୟାବହ ଅଗ୍ନିକାଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ (ନାଲକୋ)ର କ୍ୟାପଟିଭ୍ ପାୱାର୍ ପ୍ଲାଣ୍ଟ୍ (ସିପିପି)ରେ ଶୁକ୍ରବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ୟୁନିଟ୍ ୮ ସ୍ଥିତ ଜେନେରେଟର ଟ୍ରାନ୍ସଫର୍ମରରେ କୌଣସି କାରଣବଶତଃ ସଟସର୍କିଟ୍ ହେବାରୁ ଅଗ୍ନିକାଣ୍ଡ ଘଟିଛି । ୪ ବ୍ୟାଙ୍କର କାପାସିଟର୍ ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ଅନ୍ୟ ୮ଟି ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଛି ।

ପରେ କମ୍ପାନୀ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ତେବେ କର୍ମଚାରୀଙ୍କ ଅଭାବ କାରଣରୁ ଉଚିତ୍ ରକ୍ଷଣାବେକ୍ଷଣା କରାଯାଇ ପାରୁନଥିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.