କଟକ: କଟକସ୍ଥିତ ରାଜସ୍ୱ ବୋର୍ଡ କାର୍ଯ୍ୟାଳୟର ତୃତୀୟ ମହଲାରେ ଶନିବାର ଦ୍ୱିପ୍ରହର ସମୟରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି ।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଥିଲେ।
ଏହି ଅଗ୍ନିକାଣ୍ଡରେ କେତେ ପରିମାଣର ସମ୍ପତ୍ତି କ୍ଷୟକ୍ଷତି ହୋଇଛି, ସେନେଇ ଆକଳନ କରାଯାଇପାରିନାହିଁ ।
ତେବେ ନିଆଁ ଲାଗିବାର ସଠିକ୍ ଜଣାପଡିନଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ କର୍ମଚାରୀମାନେ ଅନୁମାନ କରିଛନ୍ତି ।
Comments are closed.