Latest Odisha News

BREAKING NEWS

ଭୁବନେଶ୍ୱରର କଳ୍ପନା ଛକ ଭେଣ୍ଡିଂଜୋନରେ ଅଗ୍ନିକାଣ୍ଡ; ଜଳିଗଲା ଫଳ ଦୋକାନ

ଭୁବନେଶ୍ୱର: ଭୁବନେଶ୍ୱରର କଳ୍ପନା ଛକ ସ୍ଥିତ ଓଭର ବ୍ରିଜ୍ ନିକଟରେ ଥିବା ଫଳ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା ଫଳରେ ଅନେକ ଫଳ ଦୋକାନ ଜଳିପୋଡି ପାଉଂଶ ହୋଇଯାଇଛି ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ନିଆଁ ଲାଗିବା ଫଳରେ ଉକ୍ତ ମା’ ତାରିଣୀ ଭେଣ୍ଡିଂ ଜୋନରେ ଥିବା ପ୍ରାୟ ୧୬ଟିରୁ ଅଧିକ ଫଳ ଦୋକାନ ଜଳିଯାଇଛି ।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ଅନ୍ୟପକ୍ଷରେ ଏହି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏଯାବତ୍ ସ୍ପଷ୍ଟ ସୂଚନା ମିଳିପାରିନାହିଁ ବୋଲି ସୁତ୍ରରୁ ପ୍ରକାଶ ।

ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଫଳ ଓ ସାମଗ୍ରୀ ପୋଡି ଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.