ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂର ଇଲାମାଞ୍ଚିଲି ଷ୍ଟେସନରେ ଅଘଟଣ । ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି । ଏକ୍ସପ୍ରେସ୍ଟି ବିଶାଖାପାଟଣାରୁ ଦୁଭାଦାକୁ ଯାଉଥିଲା । ବିଳମ୍ବିତ ରାତିରେ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା ।
ଅଧିକାରୀମାନେ କହିଛନ୍ତି, “ଯେତେବେଳେ ଟ୍ରେନରେ ନିଆଁ ଲାଗିଥିଲା, ସେତେବେଳେ ଗୋଟିଏ ବଗିରେ ୮୨ ଜଣ ଥିବା ବେଳେ ଅନ୍ୟ ବଗିରେ ୭୬ ଜଣ ଯାତ୍ରୀ ଥିଲେ । ସେଥିରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଚନ୍ଦ୍ରଶେଖର ସୁନ୍ଦରମ୍ ବୋଲି ଚିହ୍ନଟ କରାଯାଇଛି । ଅଗ୍ନିକାଣ୍ଡରେ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି ।
ଟ୍ରେନରେ ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ଘଣ୍ଟାର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । କ୍ଷତିଗ୍ରସ୍ତ ଦୁଇଟି ବଗିକୁ ଟ୍ରେନରୁ ଅଲଗା କରାଯାଇଛି । କେଉଁ କାରଣରୁ ଟ୍ରେନ୍ ରେ ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସୂଚନା ନାହିଁ । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି ରେଳବାଇ ପୋଲିସ ।