Latest Odisha News

BREAKING NEWS

ତପସ୍ୱିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ରେଲୱେ ପକ୍ଷରୁ ଆରପିଏଫ୍, ଜିଆରପି ଓ ଅଗ୍ନିଶମ ବିଭାଗ ସମ୍ମାନିତ

ଭୁବନେଶ୍ୱର : ଗତ ମାର୍ଚ୍ଚ ୨୨ରେ ତପସ୍ୱିନୀ ଏକ୍ସପ୍ରେସର ତିନିଟି ଖାଲି କୋଚରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ନିଜର ଉତ୍କୃଷ୍ଟ କାର୍ଯ୍ୟ ତଥା ଉଲ୍ଲେଖନୀୟ ସେବା ଫଳରେ ରେଳବାଇ ପକ୍ଷରୁ ଆରପିଏଫ୍, ଜିଆରପି ଓ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ ।

ଏହି ସେବା ପାଇଁ ପୂର୍ବତଟ ରେଳପଥ ପୁରୀଠାରେ ଥିବା ରାଜ୍ୟ ଅଗ୍ନିଶମ ବିଭାଗ, ସରକାରୀ ରେଳବାଇ ପୋଲିସ (ଜିଆରପି) ଓ ରେଳବାଇ ସୁରକ୍ଷାବଳ (ଆରପିଏଫ) କର୍ମଚାରୀଙ୍କ ପାଇଁ ନଗଦ ରାଶି ପୁରସ୍କାର ଘୋଷଣା କରିଥିଲା।

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ବ୍ରଜ ମୋହନ ଅଗ୍ରୱାଲ ଆଜି ପୁରୀ ଠାରେ ସାହସୀ ସରକାରୀ ରେଳବାଇ ପୋଲିସ ଓ ରେଳବାଇ ସୁରକ୍ଷାବଳ କର୍ମଚାରୀମାନଙ୍କୁ ନଗଦ ରାଶି ପୁରସ୍କାର ପ୍ରଦାନ କରିଛନ୍ତି ।

ରାଜ୍ୟ ଅଗ୍ନିଶମ ବିଭାଗର ସାହସୀ କର୍ମଚାରୀ ମାନଙ୍କ ପୁରସ୍କାର ରାଶିକୁ ଅଗ୍ନିଶମ ବିଭାଗ ପୋଲିସ ମହାନିର୍ଦେଶକଙ୍କ ପାଖକୁ ପୁରୀସ୍ଥିତ ଅଗ୍ନିଶମ କର୍ମଚାରୀମାନଙ୍କ ପାଇଁ ପଠାଇ ଦିଆଯାଇଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.