Latest Odisha News

BREAKING NEWS

ବିଜେଡ଼ି ଇସ୍ତାହାରରେ ଆମେ କୃଷକ, ମହିଳା ଓ ଯୁବବର୍ଗଙ୍କୁ ଗୁରୁତ୍ୱ ଦେଇଛୁ: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଦଳର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କୃଷକ, ମହିଳା ଓ ଯୁବବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି ସ୍ୱତନ୍ତ୍ର ଭାବେ ଏହି ଇସ୍ତାହାରରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ବିରୋଧୀ କଂଗ୍ରେସ ଓ ବିଜେପିକୁ ଇଙ୍ଗିତ ପ୍ରଦାନ କରିବା ସହିତ ବିଜେଡ଼ି ସମସ୍ତ ପ୍ରତିଶ୍ରୁତି ପାଳନ କରିଥିବାର ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । “ ୨୦୧୪ ନିର୍ବାଚନ ସମୟରେ କଂଗ୍ରେସ ଓ ବିଜେପି ଯେପରି ପ୍ରତିଶ୍ରୁତି ପୂରଣ କରିପାରିନାହାନ୍ତି ସେପରି ବିଜେଡ଼ି କରିନାହିଁ,” ବୋଲି କହିଛନ୍ତି ନବୀନ ।

ବିଜେଡ଼ି ପକ୍ଷରୁ ପ୍ରକାଶିତ ହୋଇଥିବା ଏହି ନିର୍ବାଚନ ଇସ୍ତାହାରର ବୈଶିଷ୍ଟ୍ୟ ହେଲା – “ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା” ।

ଏହି ଇସ୍ତାହାରର ମୁଖ୍ୟାଂଶ – 

→ ଓଡ଼ିଶାରେ ଆସିବାକୁ ଥିବା ଶିଲ୍ପ ସଂସ୍ଥାରେ ସ୍ଥାନୀୟ ଯୁବକମାନଙ୍କ ପାଇଁ ୭୫% ସଂରକ୍ଷଣ
→ ଶିକ୍ଷା ଲୋନ ୦%
→ ମେକ ଇନ ଓଡ଼ିଶା ୬ଟି ସେକ୍ଟରରେ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ
→ ସମସ୍ତ କଲେଜରେ ଛାତ୍ରଛାତ୍ରୀ ଙ୍କ ପାଇଁ ୧ଜିବା ଡାଟା ମାଗଣା
→ ସ୍କଲରସିପ କାଉନସିଲ ଗଠନ ହେବ ।
→ ୧୦ ହଜାର ଯୋଗ୍ୟ ଯୁବକଙ୍କୁ ଷ୍ଟାର୍ଟଅପ ପାଇଁ ୧୦ ଲକ୍ଷ ଟଙ୍କା ଦିଆଯିବ।
→ ରାଜ୍ୟସ୍ତରୀୟ ନିଯୁକ୍ତି ରେ ସମସ୍ତ ଫିସ ଛାଡ ହେବ
→ ମହିଳା SSG ଙ୍କୁ ୫ ହଜାର କୋଟି ଟଙ୍କା ଦିଆଯିବ। ଯେଉଁଥିରେ ୫୦୦ କୋଟି ଟଙ୍କାର ଲାଭାଂଶ ରହିବ
→ ୫ ଲକ୍ଷ ସୁଧ ମୁକ୍ତ ଋଣ ପ୍ରଦାନ
→ KG ଟୁ PG ଯୁବତୀ ମାନଙ୍କ ପାଇଁ ଶିକ୍ଷା ମାଗଣା
→ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣରେ ମହିଳା ଙ୍କ 7ରୁ ୧୦ ଲକ୍ଷ କରାଯିବ
→ ଗରିବ ଲୋକଙ୍କୁ ଝିଅ ବିବାହ ପାଇଁ ୨୫ ହଜାର ସହାୟତା
→SSG ମହିଳା ଙ୍କୁ ଦୁର୍ଘଟଣା ସହାୟତା
→ ପ୍ରତି ପଞ୍ଚାୟତରେ ଗଠନ ହେବ ମିଶନ ଶକ୍ତି ବଜାର
→ ଆମ ଗାଁ ଆମ ବିକାଶ ରେ ସ୍ଵତନ୍ତ୍ର ଭାବରେ ମହିଳାଙ୍କ ପାଇଁ ହେବ
→ ସବୁ ପଞ୍ଚାୟତରେ ଚାଷୀଙ୍କ ପାଇଁ ଗୋଦାମ ଘର
→ ଏମଏସପି ୨୯୩୦ ଟଙ୍କା ହେବ
→ ମରୁଡି, ବନ୍ୟା ପାଇଁ ସ୍ଵତନ୍ତ୍ର ଅତିରିକ୍ତ ସହାୟତା
→ ଚାଷୀଙ୍କ ପାଇଁ ୨୪×୭ ଆଧୁନିକ କଲ ସେଣ୍ଟର
→ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ

କୃଷକଙ୍କ ଲାଗି ଇସ୍ତାହାର

ପ୍ରତିଶ୍ରୁତି ଅନୁଯାୟୀ କାଳିଆ ଯୋଜନା ଜରିଆରେ ସମସ୍ତ କୃଷକ ତଥା ଭୂମିହୀନ ଚାଷୀ ତଥା କୃଷିଶ୍ରମିକମାନଙ୍କୁ ସହାୟତା ପ୍ରଦାନ କରାଯିବ । ଏହି ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ୧୦,୦୦୦ ଏବଂ ଭୂମିହୀନ ତଥା କୃଷିଶ୍ରମିକମାନଙ୍କୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ । ବିନା ସୁଧରେ ୧ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଫସଲ ଋଣ । ଚାଷୀଙ୍କ ପିଲାମାନଙ୍କୁ କାଳିଆ ବୃତି ପ୍ରଦାନ କରାଯିବ । ଜଳସେଚନର ବିକାଶ ପାଇଁ ୫୦ ହଜାର କୋଟି ଟଙ୍କା ନିବେଶ କରାଯିବ । ଚାଷୀଙ୍କ ପାଇଁ ୨୪ ଘଂଟିଆ କଲ ସେଂଟର କରାଯିବ। ପ୍ରତି ପଂଚାୟତରେ ଗୋଦାମ ଘର ନିର୍ମାଣ ।  ପ୍ରତି ଜିଲ୍ଲାରେ ଚାଷୀଙ୍କୁ ସହାୟତା ଦେବା ସହ କୃଷି ପାଇଁ ଉତ୍ସାହିତ କରିବା ନିମନ୍ତେ କାଳିଆ ସେଂଟର ଖୋଲାଯିବ। ଚାଷୀଙ୍କୁ ୨୯୩୦ ଟଙ୍କା ଏମଏସପି ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରାଯିବ । ମରୁଡ଼ି, ବନ୍ୟା ଓ ଅନ୍ୟ ପ୍ରାକୃତିକ ବିପର‌୍ୟ୍ୟୟ ବେଳେ କୃଷି ଉତ୍ପାଦିତ ସାମଗ୍ରୀ ସଂଗ୍ରହ ପାଇଁ ଅତିରିକ୍ତ ଅର୍ଥ ପ୍ରଦାନ କରାଯିବ ।

ମହିଳାଙ୍କ ଲାଗି ଇସ୍ତାହାର

ମହିଳା ଏସଏଚଜିଙ୍କୁ ୫ ହଜାର କୋଟି ଟଙ୍କାର ବ୍ୟବସାୟିକ ସୁବିଧା ଦିଆଯିବ । ଯେଉଁଥିରୁ ଏସଏଚଜିଗୁଡ଼ିକ ୫୦୦ କୋଟି ଟଙ୍କା ଲାଭ ପାଇପାରିବେ ।  ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ । କେଜିଠୁ ପିଜି ପର‌୍ୟ୍ୟନ୍ତ ଝିଅଙ୍କୁ ମାଗଣା ଶିକ୍ଷା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସହାୟତା ।  ପ୍ରତ୍ୟେକ ବିଧବା ଓ ପରିତ୍ୟକ୍ତାଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବ
ଗରିବ ଲୋକଙ୍କୁ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ମିଳିବ ।  ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ବିଭାଗ କରାଯିବ ।  ସରକାର ଦେଉଥିବା ପ୍ରତ୍ୟେକ ଜମି ଓ ଘର ମହିଳାଙ୍କ ନାମରେ ହିଁ ହେବ ।  ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର କର୍ପସ ପାଣ୍ଠି କରାଯିବ । ପ୍ରତି ପଂଚାୟତରେ ମିଶନ ଶକ୍ତି ବଜାର କରାଯିବା ସହ ପ୍ରଶିକ୍ଷଣ ଦିଆଯିବ ।  ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ କରାଯିବ ।

ଯୁବବର୍ଗଙ୍କ ଲାଗି ଇସ୍ତାହାର

ଶିଳ୍ପ ନିଯୁକ୍ତିରେ ସ୍ଥାନୀୟ ଯୁବକଙ୍କ ପାଇଁ ୭୫% ସଂରକ୍ଷଣ । ୫ ବର୍ଷରେ ୧୫ ଲକ୍ଷ ଯୁବକଙ୍କ ଦକ୍ଷତା ବିକାଶ । ୧୦ ହଜାର ଯୋଗ୍ୟ ଯୁବକଙ୍କୁ ଷ୍ଟାର୍ଟ ଅପ ପାଇଁ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ । ବିନା ସୁଧରେ ଦିଆଯିବ ଶିକ୍ଷା ଋଣ । ସବୁ କଲେଜରେ ୱାଇଫାଇ । କଲେଜ ପିଲାଙ୍କୁ ୧ ଜିବି ଇଂଟରନେଟ ଫ୍ରି ମିଳିବ । ସମସ୍ତ ପ୍ରକାର ଚାକିରୀ ପାଇଁ ନିଯୁକ୍ତି ଫି ମାଗଣା । ଜୁହାର କାର୍ଯ୍ୟକ୍ରମ ଜରିଆରେ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ସମ୍ବଳପୁର, ସୁବର୍ଣ୍ଣପୁର ଜିଲ୍ଲା, ଆଠମଲ୍ଲିକ, କୁଚିଣ୍ଡା ଓ ନୀଳଗରି ଉପଖଣ୍ଡର ବିକାଶ କରାଯିବ ।
ପାରମ୍ପରିକ ବୃତିଧାରୀଙ୍କ ବିକାଶ ପାଇଁ ଏକ ୱେଲଫେୟାର ବୋଡର଼୍ ଗଠନ କରାଯିବ ।

 

 

 

Leave A Reply

Your email address will not be published.