Latest Odisha News

ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଗ୍ନିଶମ କର୍ମଚାରୀ ଗିରଫ

ଭୁବନେଶ୍ବର: ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଗ୍ନିଶମ ବାହିନୀ କର୍ମଚାରୀ ଗିରଫ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କର୍ମଚାରୀ ଜିତୁ ରଞ୍ଜନ ଦାସ୍ । ଜିତୁଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କଲା ପାହାଳ ଥାନା ପୋଲିସ ।

ସୂଚନା ଅନୁସାରେ, ସୋସିଆଲ ମିଡ଼ିଆରେ ପ୍ରଥମେ ପୀଡିତ ନର୍ସଙ୍କ ସହ ବନ୍ଧୁତା କରିଥିଲା ଜିତୁ । ଏହାପରେ ବିବାହର ପ୍ରତିଶ୍ରୁତି ଦେଇ ବନ୍ଧୁତା ପରେ ଦୁଷ୍କର୍ମ କରିଥିଲା ଜିତୁ । ତେବେ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଦୁଇଟି ଦୁଷ୍କର୍ମ ମାମଲା ଥିବା ତଦନ୍ତରୁ ସୂଚନା ମିଳିଛି । ବିଭାଗୀୟ ତଦନ୍ତ ପାଇଁ ଅଗ୍ନିଶମ ଡିଜିଙ୍କୁ ପାହାଳ ଥାନା ପୁଲିସ ଚିଠି ଲେଖିବ ବୋଲି ଜଣାପଡ଼ିଛି।

 

 

Leave A Reply

Your email address will not be published.