Latest Odisha News

BREAKING NEWS

ହସ୍ପିଟାଲରେ ଲାଗିଲା ନିଆଁ, ଜଳିଗଲେ ୫ ରୋଗୀ

ରାୟପୁର: ରାତିରେ ହସ୍ପିଟାଲରେ ଲାଗିଲା ନିଆଁ । ଜଳିଗଲେ ୫ ରୋଗୀ । ରାୟପୁରର ଏକ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ୟ୍ୟ । ରୋଗୀଙ୍କ ସୁରକ୍ଷିତ ଉଦ୍ଧାର କରି ଅନ୍ୟ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଥିଲା ।

ରାୟପୁରର ପଚପେଣ୍ଡି ନାକା ସ୍ଥିତ ରାଜଧାନୀ ହସ୍ପିଟାଲର ଆଇସିୟୁ ରୁମରୁ ହଠାତ୍ ନିଆଁ ବାହାରିଥିଲା । ପରେ ଚାରିଆଡ଼େ ବ୍ୟାପିଥିଲା । ଚାହୁଁ ଚାହୁଁ ଆଇୟିସୁ ପରିସର ନିଆଁ ଓ ଧୂଆଁରେ ଆଚ୍ଛାଦିକ ହୋଇଥିଲା । କୁହାଯାଉଛି, ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି । ଏଠାରେ କୋଭିଡ୍ ରୋଗୀଙ୍କୁ ବି ଚିକିତ୍ସା କରାଯାଉଛି ।

Leave A Reply

Your email address will not be published.