Latest Odisha News

ଶିମିଳିପାଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରୁଛନ୍ତି ସରକାର: ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ 

ମୟୂରଭଞ୍ଜ: ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ନିଆଁକୁ ଆୟତ୍ତ କରୁଛନ୍ତି ସରକାର । ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ଯାଏଁ ଥିବା ସମୟକୁ ଅଗ୍ନି ଋତୁ ବୋଲି କୁହାଯାଏ । ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ । ଆଉ ଏହାକୁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି ।

ଶିମିଳିପାଳରେ ଏକ ହଜାର ଚାରିଶହ ପଏଣ୍ଟରେ ନିଆଁ ଲାଗିଥିଲା । ଆଉ ଏହାକୁ ଆୟତ୍ତ କରିବା ପାଇଁ ୧୧୭୫ ଜଣଙ୍କୁ ନିୟୋଜିତ କରାଯାଇଛି । ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୫୯୧ କିଲୋମିଟର ଫାଇଲ ଲାଇନ ତିଆରି କରାଯାଇଛି । ୭ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ୪୦ ଗାଡିକୁ ନିୟୋଜିତ କରାଯାଇଛି ବୋଲି କହିଛନ୍ତି ବିକ୍ରମ ଆରୁଖ ।

ପୂର୍ବତନ ପିସିସିଏଫଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ଟାସ୍କ ଫୋର୍ସ ଗଠନ କରାଯାଇଛି । ଅତି ଆଧୁନିକ ପ୍ରକ୍ରିୟାରେ ନିଆଁକୁ କିଭଳି ଲିଭା ଯାଇପାରିବ ଓ ନିଆଁ ଲାଗିବାର କାରଣ ଖୋଜିବେ  । ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ, ସମସ୍ତେ ଠିକ୍ ଅଛନ୍ତି । ସରକାର ସଚେତନ ଅଛନ୍ତି, ବିରୋଧୀ ଦଳ ପକ୍ଷରୁ ଆସିଥିବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସେହିଭଳି ପିସିସିଏଫ୍ ଜିତେନ୍ଦ୍ର କୁମାର କହିଛନ୍ତି, ନିଆଁ ଲାଗିବା ଏକ ନିୟମିତ ପ୍ରକ୍ରିୟା । ତେବେ ଏବର୍ଷ ତାପମାତ୍ର ଅଧିକ ରହିଥିବାରୁ ନିଆଁ ବ୍ୟାପକ ହୋଇଛି । କିନ୍ତୁ ଏହାକୁ ଆୟତ୍ତ କରିବାକୁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । କୌଣସି ବଡ ଗଛ ନଷ୍ଟ ହୋଇନାହିଁ, ଏପରିକି ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ । ଶିମିଳିପାଳର ନିଆଁ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ପିସିସିଏଫ୍ ।

Comments are closed.