ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସଚିବାଳୟରେ ଭୟାଭହ ଅଗ୍ନିକାଣ୍ଡ । ବଲ୍ଲଭ ଭବନର ପୁରୁଣା ବିଲି୍ଡଂର ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ମହଲାରେ ନିଆଁ ଲାଗିଛି । ତେବେ କିଭଳି ନିଆଁ ଲାଗିଛି ତାହା ଜଣାପଡିନଥିବାବେଳେ, ଘଟଣାସ୍ଥଳରେ ଦମକଳବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ସୂଚନା ମୁତାବକ, ଆଜି ସକାଳେ ହଠାତ୍ ରାଜ୍ୟ ସଚିବାଳୟ ବଲ୍ଲଭ ଭବନରେ ଧୁଆଁ ବାହାରିଥିଲା ଯାହାପରେ ଧିରେ ଧିରେ ତୁତୀୟ ରୁ ଷଷ୍ଠ ମହଲା ଯାଏଁ ନିଆଁ ବ୍ୟାପିଯାଇଥିଲା । ଏହା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ କସରତ ପରେ ନିଆଁ କୁ କାବୁକୁ ଆଣିଛି । ନିଆଁରେ ପୋଡି ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦଲିଲ ପାଉଁଶ ହୋଇଯାଇଛି ।
ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ଖବର ଜଣାପଡିନାହିଁ । କିନ୍ତୁ ବିଲଡିଂରେ କିଛି କର୍ମଚାରୀ ଫସି ରହିଥିବା କୁହାଯାଉଛି । ସେମାନଙ୍କୁ ଉଦ୍ଧାର ପାଇଁ ଦମକଳବାହୀନି ନିୟୋଜିତ ଅଛନ୍ତି । ଘଟଣାର ତଦନ୍ତ କରି ବିସ୍ତୁତ ରିପୋର୍ଟ ଦେବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.