Latest Odisha News

BREAKING NEWS

କଟକ ସନ୍ ହସ୍ପିଟାଲରେ ନିଆଁ

କଟକ: କଟକ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ଡାକ୍ତଖାନାର ଉପର ମହଲାରେ ଲାଗିଛି ନିଆଁ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଅଗ୍ନିଶମ ବିଭାଗର ଅଧିକାରୀମାନେ ଡାକ୍ତରଖାନା ବିଲଡିଂ ଉପକୁ ଚଢ଼ି ନିଆ ଲାଗିଥିବା ସ୍ଥାନରେ ପାଣି ପକାଉଛନ୍ତି । କୌଣସି ଜୀବନ ନଷ୍ଟ ହୋଇନଥିବା ସୂଚନା । କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯେପରି କୌଣସି ବ୍ୟକ୍ତିଙ୍କ ଜୀବନ ନଷ୍ଟ ନହୁଏ ତାକୁ ଗୁରୁତ୍ୱ ଦିଆଯାଉଛି ।

ହସ୍ପିଟାଲ ଭିତରେ ଥିବା ରୋଗୀଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ତୃତୀୟ ଓ ଚତୁର୍ଥ ମହଲାରେ ଆଇସିୟୁ ୱାର୍ଡ ଥିବାରୁ ସେଠାକୁ ନିଆଁ ଯେପରି ବ୍ୟାପିନଯାଉ ସେପ୍ରତି ଧ୍ୟାନ ଦିଆଯାଉଛି ।

Leave A Reply

Your email address will not be published.