Latest Odisha News

BREAKING NEWS

ଜଙ୍ଗଲରେ ନିଆଁ, ଭୟଭୀତ ଅବସ୍ଥାରେ ୫୦ ପରିବାର

ପାଟଣା:ଜଙ୍ଗଲରେ ଜଳୁଛି ନିଆଁ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଧିନ ତୋଣ୍ଡବିଟ୍ ଅଞ୍ଚଳର ସଡ଼ଙ୍ଗ ବାହାଳୀ ଓ ରୋହଣୀ ଦୁମା ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଜଙ୍ଗଲ ନିକଟରେ ଥିବା ୫୦ରୁ ଉର୍ଦ୍ଧ୍ବ ପରିବାର ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।

ଜଙ୍ଗଲରେ ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ କିମ୍ବା ବନ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ । ବନ ବିଭାଗ ପକ୍ଷରୁ ସଡ଼ଙ୍ଗ ବାହାଳୀଠାରେ ଶାଗୁଆନ ଗଛ ଲଗାଯାଇଥିଲା । ଉକ୍ତ ଜଙ୍ଗଲରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ଜଙ୍ଗଲରେ ନିଆଁ ବ୍ୟାପି ଯାଇଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ଠେକୁଆ, ବାରାହା, ହରିଣ ସମେତ ବିଭିନ୍ନ ପଶୁ ବିପଦରେ ଥିବା ଜଣାପଡିଛି ।

Leave A Reply

Your email address will not be published.