ଓଡିଶା ସମ୍ୱାଦ ବ୍ୟୁରୋ: ହେୟାର ଡ୍ରାୟର ସାଜିଲା କାଳ। ଚୁଟିକୁ ଡ୍ରାଏ କରୁଥିବା ବେଳେ ମୁଣ୍ଡରେ ଲାଗିଲା ନିଆଁ। ଏପରି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଷ୍ଟାଇଲିସ ଲୁକ୍ ପାଇଁ ଆଜିର ଯୁବପିଢି ବିଭିନ୍ନ ପ୍ରକାରର ଜିନିଷ ବ୍ୟବାହର କରନ୍ତି। ଯେପରିକି ହେୟାର ଡ୍ରାୟର, ଷ୍ଟ୍ରେଟନର। କିନ୍ତୁ ଏହି ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟବହାର କରିବା ସମୟରେ ଏପରି ବହୁ ଅଘଟଣ ଘଟିଯାଏ, ଯାହାର ପରିକଳ୍ପନା ମଧ୍ୟ କରିହୁଏ ନାହିଁ।
ଭାଇରାଲ ଭିଡିଓରେ ଏକ ସେଲୁନରେ ଜଣେ ବ୍ୟକ୍ତିଙ୍କ ଚୁଟି ସଜାଡିବା ଲାଗି ହେୟାର ଡ୍ରାଏର ବ୍ୟବହାର କରୁଥିଲା। ଦୋକାନୀ ଜଣକ ପ୍ରଥମେ ହେୟାର ଡ୍ରାୟର ତାରକୁ କରେଣ୍ଟ ବୋର୍ଡରେ ଲଗାଇ ପରୀକ୍ଷା କରି ବ୍ୟକ୍ତିଙ୍କ ଛୁଟିରେ ବ୍ୟବହାର କରୁଥିଲେ। ଏହି ସମୟରେ ଅଚାନକ ଡ୍ରାୟରଟି ବିସ୍ଫୋରଣ ହେଲା। ଫଳରେ ସେଲୁନ ଭିତିରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରୁ ବର୍ତ୍ତିଗଲେ ଦୋକାନୀ, କିନ୍ତୁ ଗ୍ରାହକଙ୍କ ମୁଣ୍ଡରେ ମୁଣ୍ଡରେ ନିଆଁ ଲାଗିଯାଇଥିଲା ।
बाल कटवाते समय भी ये मामूली से चीच जरूर ध्यान रखें. इलेक्ट्रोनिक सामानों जैसे हेयर ड्रायर आदि का इस्तेमाल करने से पहले वायरिंग को ढंग से देख लें. छोटी सी लापरवाही जानलेवा हो सकती है. pic.twitter.com/Owf1VmPA8j
— Satyam Baghel (@satyambaghel210) September 10, 2022
ନିମିଶକ ମଧ୍ୟରେ ଜଳିଗଲା ସମସ୍ତ ଜିନିଷ। ଧୂଆଁରେ ଭରିଗଲା ସେଲୁନ। ଏହି ସମସ୍ତ ଦୃଶ୍ୟ ସେଲୁନରେ ଥିବା ସିସିଟିଭିରେ କଏଦ ହୋଇଥିଲା। ପରେ ସୋସିଆଲ ମିଡିଆରେ ଘଟଣାଟି ଭାଇରାଲ ହୋଇଥିଲା। ଏହି ଦୃଶ୍ୟକୁ ଦେଖିଲେ ଆପଣ ସେଲୁନ ଯିବା ପୂର୍ବରୁ ବାରମ୍ବାର ଚିନ୍ତା କରିବେ।
Comments are closed.