Latest Odisha News

BREAKING NEWS

ପ୍ରାଣୀ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ଘଟିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନହିଁ ।

ସୂଚନାନୁସାରେ, ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିବା ସମୟରେ କୌଣସି କର୍ମଚାରୀ ସେଠାରେ ନଥିଲେ । ଅଗ୍ନିକାଣ୍ଡ ଘଟି କାର୍ଯ୍ୟାଳୟର ସମସ୍ତ ଦରକାରୀ କାଗଜପତ୍ର ସମେତ ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ କ୍ଷୟକ୍ଷତିର ଆକଳନ କରାଯାଇପାରି ନାହିଁ । ଅଗ୍ନିକାଣ୍ଡ ସଟ୍ ସର୍କିଟରୁ ଘଟିଥିବା ସନ୍ଦେହ କରାଯାଉଛି।

Comments are closed, but trackbacks and pingbacks are open.