Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୩ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବା  । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଶୂନ୍ୟ ସ୍ୱରୂପରେ ହେଉ ଅବା ବିଗ୍ରହ ସ୍ୱରୂପରେ ହେଉ ଯେଉଁ ଭାବରେ ଉପାସନା କଲେ ବି ସେ ସର୍ବଦା ଭକ୍ତର ଭାବରେ ହିଁ ବନ୍ଧା ଥାଆନ୍ତି  । ନିଜର ସ୍ୱତନ୍ତ୍ର ମାନବବାଦର ପରିପ୍ରକାଶ କରାଇ ବୈଦିକ ଧର୍ମ ଧାରାରେ ପରିବର୍ତ୍ତନ ଆଣିବା ସହ ସମନ୍ଵୟ ଓ ସଦାଚାରର ମୂଳଦୁଆ ସ୍ଥାପନ କରିଛନ୍ତି  ।
ସେଥିପାଇଁ ଗୀତା କହେ :

“ସର୍ବଭୁତସ୍ଥ ପତ୍ମାନଂ ସର୍ବ ଭୂତାନି ଚାତ୍ମନି, ଈକ୍ଷତେ ଯୋଗ ଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ । ”

ସବୁ ଭେଦଭାବ ଭୁଲି, ସର୍ବ ଘଟରେ ବ୍ରହ୍ମ ଏହି ଅଧାରରେ ନିଜର ସମଦୃଷ୍ଟି ବାନା ଉଡାଇ ସମସ୍ତଙ୍କୁ ଏକାକାର କରିବାର ସଂସ୍କୃତି ହିଁ ଶ୍ରୀଜଗନ୍ନାଥ ସଂସ୍କୃତି  ସେଥିପାଇଁ ପୁଣି ଗୀତା କହେ :

“ଯେ ମାଂ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି, ତସ୍ୟାହଂ ନ ପ୍ରଣଶ୍ୟାମି ସଚମେ ନ ପ୍ରଣଶ୍ୟତି  । ”

ଅର୍ଥାତ ଗୋଟିଏ ପଦରେ କହିଲେ ଏପରି ହେବ -“ସର୍ବ ଘଟରେ ନାରାୟଣ, ବସନ୍ତି ଅନାଦି କାରଣ  । ”

ଏଠାରେ କୌଣସି ଭେଦାଭେଦ ନାହିଁ  । କେବଳ ବ୍ରହ୍ମ ଓ ପରଂବ୍ରହ୍ମଙ୍କ ସମ୍ପର୍କ  । ଅବା ବ୍ରହ୍ମ ସହ ବ୍ରହ୍ମର ବନ୍ଧନ, ସତେ ଯେମିତି ସର୍ବେ ଗୋଟିଏ ସତ୍ତାର ସନ୍ତାନ  । ଶ୍ରୀଜଗନ୍ନାଥଙ୍କ ଅତ୍ୟନ୍ତ ଅନ୍ତରଙ୍ଗ ପଞ୍ଚସଖାଙ୍କୁ ଅନୁଧ୍ୟାନ କରିବା ପରେ ଏହାର ନିଚ୍ଛକ ପ୍ରମାଣ ମିଳେ ଇ ଏଇ ଯେମିତି ଭକ୍ତ ଜଗନ୍ନାଥ ଦାସ ଥିଲେ ଜାତିରେ ବ୍ରlହ୍ମଣ ଇ କିନ୍ତୁ ଦୀକ୍ଷା ନେଲେ ଶୁଦ୍ର ଭକ୍ତ ବଳରାମ ଦାସଙ୍କଠାରୁ ଇ ସେହିପରି ଭଗବାନ ଶ୍ରୀଚୈତନ୍ୟ ବେଦ ମାର୍ଗର ପ୍ରଚାରକ ଅଦ୍ଵିତୀୟ ଶୂନ୍ୟବାଦୀ ଅଚ୍ୟୁତାନନ୍ଦଙ୍କୁ ନିଜର ସଖା ଭାବରେ ଅଭିହିତ କରିଥିଲେ  ।

ଏଠାରେ ଉଭୟଙ୍କ ମଧ୍ୟରେ ଥିବା ଭିନ୍ନ ମତ ଓ ପଥ ଆନ୍ତରାୟ ହୋଇ ନଥିଲା  । କାରଣ ଉଭୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ଇ ସେଇଭଳି ଅନନ୍ୟ ଭକ୍ତ ଥିଲେ, ଶିଶୁ ଅନନ୍ତ, ସାଧୁ ଅରକ୍ଷିତ ଦାସ, ସନ୍ଥ ଭୀମ ଭୋଇ ଇ ବିଭିନ୍ନ ଜାତି ବିଭିନ୍ନ ଧର୍ମ ମତ ସବୁ କିଛିର ଉର୍ଦ୍ଦ୍ୱରେ ରହି ଶ୍ରୀଜଗନ୍ନାଥ ତତ୍ତ୍ୱର ଅମୃତ ନିଜେ ଅସ୍ୱାଦନ କରିବା ସହ ଜଗତବାସୀଙ୍କୁ ଆସ୍ଵାଦନ କରିବାର ସୁଯୋଗ ଦେଇଥିଲେ ଏଭଳି ଅନନ୍ୟ ଭକ୍ତମାନେ  ।

ତେଣୁ ମହାତ୍ମା ଜୀବ ଗୋସ୍ବାମୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ମାତ୍ରେ ଭାବ ବିହ୍ଵଳ ହୋଇ ଗାଇଥିଲେ “ନୌମି ଦେବଂ ଜଗନ୍ନାଥଂ ସଚ୍ଚିଦାନନ୍ଦ ବିଗ୍ରହମ୍, ଯ ନିତ୍ୟ ରମତେ ନୀଳାଚଳେ ବୈ – ବ୍ରହ୍ମଧlମିନୀ  । ”

ଏହା ପ୍ରମାଣ କରେ ଯେ ଗଣଦେବତା ବା ଲୋକ ଦେବତା ଭାବରେ ସାରା ବିଶ୍ୱରେ ଶ୍ରୀଜଗନ୍ନାଥ ହିଁ ପରିଗଣିତ ହୁଅନ୍ତି  । ଯବନ ହରିଦାସ, ଭକ୍ତ ସାଲବେଗ ଅବା ରାଜା ରାମଚନ୍ଦ୍ର ଦେବ (ହାପିଜ କlଦର )କେହି ପ୍ରଭୁଙ୍କ ଅନୁଗ୍ରହରୁ ବଞ୍ଚିତ ନୁହନ୍ତି  । ଏଭଳି ଏକ ବିଶ୍ୱ ବନ୍ଦିତ ସଂସ୍କୃତିକୁ ଯିଏ ଆପଣାର କରିଛି, ଜଗତର ନାଥ ଜଗନ୍ନାଥଙ୍କୁ ଯିଏ ନିଜ ହୃଦୟରେ ଧାରଣ କରିଛି ସେ ଧନ୍ୟ ହୋଇଛି  । ବେଦ ବର୍ଣ୍ଣିତ ବିଶ୍ୱ ଭାତୃତ୍ୱର ପ୍ରକୃତ ସ୍ୱରୂପ ଶ୍ରୀଜଗନ୍ନାଥ ସଂସ୍କୃତି ଇ ସେଥିପାଇଁ କବିଙ୍କ ଭାଷାରେ “ଯେତେ ଧର୍ମ ଯେତେ ଶ୍ରେଣୀ ସମ୍ପ୍ରଦାୟ , ଯେତେ ଗୋଷ୍ଠୀ ସେତେ ମତବାଦ ଇ ସବୁ ଦଳି ଏକ ବିଶ୍ୱ ଆଦର୍ଶରେ ଜଣେ କଲେ ଉଦବୁଦ୍ଧ  । ”

ସେହିଜଣଙ୍କ ଆଉ କେହି ନୁହଁନ୍ତି ; ସେ ହେଉଛନ୍ତି ଆମର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ  । ଆସନ୍ତୁ ତେବେ ଗାଇବା ଭକ୍ତିର ସହ କହିବା :
“କି ସୁନ୍ଦର ଆହା କି ଆନନ୍ଦ ମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ଅପାର  । ” (ଉ. ତ୍ରୀ. ଉବାଚ )

ଜୟ ଜଗନ୍ନାଥ

Comments are closed, but trackbacks and pingbacks are open.