Latest Odisha News

BREAKING NEWS

ପ୍ରତିବର୍ଷ କିଏ ଲଗାଉଛି ନିଆଁ ? ଜଳିଗଲା ୭ ଏକରରୁ ଅଧିକ ଜଙ୍ଗଲ

ପୁରୀ: ବାଲୁଖଣ୍ଡ -କୋଣାର୍କ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳର କୁରୁଜଙ୍ଗ ସେକ୍ସନ୍ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛ ପଟେ ୩ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି । ଚମ୍ପାହର ଅଗ୍ନିଶମ କେନ୍ଦ୍ରର ଅଗ୍ନିଶମ କର୍ମଚାରୀ ଓ ବନ ବିଭାଗର ୨ ଜଣ କର୍ମଚାରୀ ୪ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରି ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି ।

ତେବେ କୁରୁଜଙ୍ଗ ସେକ୍ସନରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସି ନଥ‌ିବା ସୂଚନା ମିଳିଛି । ସେଠାରେ ଜଙ୍ଗଲ ସୁରକ୍ଷା କମିଟି ଓ ବନ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । କୁରୁଜଙ୍ଗ ସେକ୍ସନରେ  ଗତକାଲି ରାତି ୧୦ଟା ସୁଦ୍ଧା ୭ ଏକରରୁ ଅଧିକ ଜଙ୍ଗଲ ପୋଡ଼ି ପାଉଁଶ ହୋଇ ଯାଇଛି ।

ରାମଚଣ୍ଡୀ ଅଞ୍ଚଳରେ ପୋଡ଼ିଥିବା ଜଙ୍ଗଲ ରାଜସ୍ୱ ବିଭାଗ ଅଧୀନରେ ଥ‌ିବା ରେଞ୍ଜ ଅଫିସର ବେଣୁଧର ବେହେରା କହିଛନ୍ତି । ପ୍ରତିବର୍ଷ ଜଙ୍ଗଲରୁ କାଜୁ ସଂଗ୍ରହ ପରେ ଜଙ୍ଗଲରେ ନିଆଁ ଲାଗି ଯାଉଥିବା ପରିଲକ୍ଷିତ ହେଉଛି । କାଠ ମାଫିଆଙ୍କ ସହିତ ଜଙ୍ଗଲ ସୁରକ୍ଷା କମିଟି ଓ ବନ ବିଭାଗର ଭିତିରି ସମ୍ପର୍କ ଏପରି ନିଆଁ ଲାଗିବାର ପ୍ରମୁଖ କାରଣ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.