Latest Odisha News

BREAKING NEWS

କଟକ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

କଟକ: ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏହାର ଆଇସିୟୁରେ ନିଆଁ ଲାଗିଥିବା କୁହାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିପାରିନାହିଁ ।

ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀ ଆଇସିୟୁ ଭିତରେ ଅକ୍ସିଜେନ ସିଲିଣ୍ଡର ଫାଟିବା ପରେ ଅଗ୍ନିକାଣ୍ଡ ଘଟିଥିବା କହୁଛନ୍ତି । ଘଟଣା ସ୍ଥଳରେ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁଲିଭା କାମରେ ନିୟୋଜିତ ହୋଇଛନ୍ତି । ଆଇସିୟୁରେ ଥିବା ସମସ୍ତ ରୋଗୀ ଓ ହସ୍ପିଟାଲର କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଚିଫ୍ ଫାୟାର ଅଫିସର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.