Latest Odisha News

BREAKING NEWS

ମନ୍ କି ବାତରେ ଦିବଂଗତ ଓଡ଼ିଆ IAS ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କି ବାତରେ ଆଜି ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଦିବଂଗତ ଓଡ଼ିଆ ଆଇଏଏସ୍ ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କୁ ସେ ମନେ ପକାଇଛନ୍ତି । ଗତ ୧୯ ତାରିଖରେ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାରେ ସେ ପ୍ରାଣ ହରାଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଜଣେ କର୍ମବାରୀଙ୍କୁ ହରାଇଛି । କରୋନା ପଜିଟିଭ୍ ଚିହ୍ନଟ ପରେ ହସ୍ପିଟାଲରେ ଭର୍ତ୍ତି ହୋଇ ବି ଦିନ ରାତି ନିଜ କାମ କରୁଥିଲେ । ଦେଶର ବିଭିନ୍ନ ଅଞ୍ଚଳରେ କିଭଳି ଅକ୍ସିଜେନ୍ ପହଞ୍ଚିବ ସେ ବ୍ୟବସ୍ଥାର ତଦାରଖ କରୁଥିଲେ ଗୁରୁପ୍ରସାଦ ମହାପାତ୍ର ।

ଅସୁସ୍ଥତା ସତ୍ତ୍ୱେ ହସ୍ପିଟାଲ ବେଡରୁ ନିରବିଚ୍ଛିନ୍ନ ଭାବରେ ଅକ୍ଳାନ୍ତ ପରିଶ୍ରମ କରୁଥିଲେ । ଦେଶବାସୀଙ୍କ ପ୍ରତି ଏଭଳି ତାଙ୍କର ନିଷ୍ଠା ଥିଲା । କରୋନା ତାଙ୍କୁ ଆମମାନଙ୍କ ଗହଣରୁ ଛଡ଼େଇ ନେଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

୧୯୮୬ ବ୍ୟାଚ୍ ଗୁଜରାଟ କ୍ୟାଡର ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଫିସର ଗୁରୁପ୍ରସାଦ ମହାପାତ୍ର । ସେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଅଧୀନରେ ଥିବା DPIIT ସଚିବ ଥିଲେ । ସେ ହେଉଛନ୍ତି ବିଶିଷ୍ଟ ଲେଖର ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ ।

Leave A Reply

Your email address will not be published.