Latest Odisha News

BREAKING NEWS

ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରାରୁ ଉର୍ଦ୍ଧ୍ୱ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୨ରୁ ଉର୍ଦ୍ଧ୍ଵ ବଖରା ଘର । ଏଥିୁରେ ପ୍ରାୟ ୧୨ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅଗ୍ନି ବିପନ୍ନ ପିନ୍ଧା ବସ୍ତ୍ର ବ୍ୟତୀତ କୌଣସି ସାମଗ୍ରୀ ଉଦ୍ଧାର କରି ପାରିନଥିବା ସୂଚନା ରହିଛି ।

ଖବର ମୁତାବକ, ଗାଁର ହରି ନାଏକଙ୍କ ଘରୁ କୌଣସି କାରଣରୁ ପ୍ରଥମେ ନିଆଁ ଲାଗିଥିଲା ପରେ ହଟିଆ ନାଏକ, ବିଜୟ ନାଏକ, ରାଧୁ ଏବଂ ବୁନୁ ନାଏକଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । କ୍ଷଣକରେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଖବରପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଘର କରଣା ସାମଗ୍ରୀ, ଦରକାରୀ ଦସ୍ତାବିଜ ସମ୍ପୂର୍ଣ୍ଣ ଜଳିପୋଡି ଯାଇଛି । ତେବେ କେଉଁକାରଣରୁ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ତେବେ ତୁରନ୍ତ ଅଗ୍ନି ବିପନ୍ନଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.