Latest Odisha News

BREAKING NEWS

ଗୁଣୁପୁର ବିଧାନସଭା ନିର୍ବାଚନ, ନାମାଙ୍କନ ଭରିଲେ ତ୍ରିନାଥ ଓ ରଘୁନାଥ ଗମାଙ୍ଗ

ଗୁଣୁପୁରୁ: ଆଗକୁ ସାଧାରଣ ନିର୍ବାଚନ । ଏନେଇ ସରଗରମ ହେଲାଣି ଗୁଣୁପୁର ରାଜନୀତି । ଏହା ଭିତରେ ଆଜି ଗୁଣୁପୁର ବିଧାନସଭା ପାଇଁ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ତ୍ରିନାଥ ଗମାଙ୍ଗ ନାମାଙ୍କନ ଭରିଛନ୍ତି । ସେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସୁଶ୍ରୀ କିରନଦୀପ କୌରଙ୍କୁ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପ୍ରଥମେ ଗୁଣୁପୁର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ପୂଜା କରିବା ପରେ ଶତାଧିକ କାର୍ଯ୍ୟକର୍ତ୍ତା ଙ୍କୁ ଧରି ବାହାରିଥିଲେ ତ୍ରିନାଥ । ଏହି ଶୋଭାଯାତ୍ରା ପୁରୁଣା ବସ ଷ୍ଟାଣ୍ଡ ନୂଆ ବସ ଷ୍ଟାଣ୍ଡ ବାଇପାସ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଥିଲା ।

ଏହି ଶୋଭାଯାତ୍ରାରେ ଗୁଣୁପୁର ବିଧାନସଭା ପ୍ରଭାରୀ ଶିବାଜୀ ଦାସ, ସଂଯୋଜକ ପ୍ରମୋଦ କୁମାର ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ ଗଣପତି, ଉପେନ୍ଦ୍ର ଭଟ୍ଟ, ଅମର ସାହୁ, ସତ୍ୟ କର, ଉତ୍ତରା ସାହୁ, ବିଦ୍ୟା ଶବର, ବାପି ସାହୁକାର, ବନମାଳୀ ଗମାଙ୍ଗ, ଜୟଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ସେହିଭଳି ବିଜୁ ଜନତା ଦଳର ଗୁଣୁପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଶତାଧିକ କର୍ମୀ ଙ୍କ ସହ ଶୋଭାଯାତ୍ରା ରେ ଆସି ନିଜ ନାମାଙ୍କନ ପତ୍ର ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି ।

Leave A Reply

Your email address will not be published.