Latest Odisha News

BREAKING NEWS

ପେନ୍‌ସିଲ୍ ବୋମା କାରଖାନାରେ ନିଆଁ ଲାଗି ୮ ମୃତ, ୪ ଆହତ

ଗାଜିଆବାଦ: ପେନ୍‌ସିଲ୍ ବୋମା ତିଆରି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ । ନିଆଁ ଲାଗି ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଛି ଏଭଳି ଅଘଟଣ । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ଜଣେ ଛୁଆ ରହିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଛି।

ତେବେ ଏହି ବାଣ କାରଖାନା ବେଆଇନ୍ ଭିତରେ ଜନ୍ମଦିନ କେକ କାଟୁଥିବା ବେଳେ ନିଆଁ ଲାଗିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି। ଆହତଙ୍କ ପରିଚୟ ମିଳିପାରି ନାହିଁ। ଗାଁ ଭିତରେ କାରଖାନାଟି ଚାଲୁଥିବାରୁ ସ୍ଥାନୀୟ ଲୋକ ହୋଇଥାଇପାରନ୍ତି ବୋଲି ସୂଚନା ରହିଛି।

Leave A Reply

Your email address will not be published.