Latest Odisha News

ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ପୁରୀ: ଛାଡିଖାଇ ପୂର୍ବରୁ ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ଗୋଦାମରେ ୩ ଲକ୍ଷରୁ ଅଧିକ ଟଙ୍କାର ଚିଙ୍ଗୁଡ଼ି ଜଳିପୋଡ଼ି ନଷ୍ଟ ହୋଇଥିବା ସୂଚନା ରହିଛି। ହେଲେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଚିଙ୍ଗୁଡ଼ି ଗୋଦାମରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା କୂଳ ଯମୁନା ଗାଁରେ ଏହି ଘଟଣା ଘଟିଛି। ଆଗକୁ ଛାଡଖାଇ ଥିବାରୁ ଗୋଦାମ ମାଲିକ ପବିତ୍ର ସାହୁ ତିନିଲକ୍ଷ ଟଙ୍କାରୁ ଅଧିକ ମାଛ ଓ ଚିଙ୍ଗୁଡ଼ି ରଖିଥିଲେ। ହେଲେ ଚିଲିକା କୂଳ ଯମୁନା ଗାଁରେ ମାଛ ବ୍ୟବସାୟୀ ପବିତ୍ର ସାହୁଙ୍କ ଗୋଦାମରେ ନିଆଁ ଲାଗିଯାଇଛି। ନିଆଁରେ ଗୋଦାମରେ ଥିବା ମାଛ, ଚିଙ୍ଗୁଡ଼ି ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଆଜି ସକାଳେ ହଠାତ୍ ଗୋଦାମରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହତନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଗୋଦାମରେ ଥିବା ମାଛ ଚିଙ୍ଗୁଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ସଟ୍‌ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ି ନାହିଁ।

Comments are closed.