Latest Odisha News

କାଠ ଫର୍ଣ୍ଣିଚର୍ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର କାଠ ନଷ୍ଟ

ପୁରୀ : ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କାଠ ଫର୍ଣ୍ଣିଚର୍ ଗୋଦାମରେ ଲାଗିଲା ନିଆଁ। ଲକ୍ଷାଧିକ ଟଙ୍କାର କାଠ ନଷ୍ଟ।ଏନେଇ  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ପାଖରେ ଜନବସତି ଓ ମେଡିକାଲ କ୍ଲିନିକ୍ ଥିବାରୁ ଭୟଭିତ ହୋଇ ପଡ଼ିଥିଲେ ସ୍ଥାନୀୟ ବାସିନ୍ଦା। ଖବର ପାଇ ଘଟଣା ସ୍ଥଳରେ ଦମକଳବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନି କାଣ୍ଡ ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି  ।

Leave A Reply

Your email address will not be published.