ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ନିଜର ନିଷ୍ଠାଭରା କାର୍ଯ
ଅବଶ୍ଯ ହୁଅଇ ସ୍ବୀକାର୍ଯ
ମାନ ସମ୍ମାନ ଆଉ ଯଶ
କରେ ବ୍ୟକ୍ତିକୁ ନିରଳସ
ମିଳିଲେ ଟିକେ ସ୍ନେହାଦର
ପିଲାଏ ହୁଅଂତି ତତ୍ପର
ବୋଲ ମାନଂତି ହସି ହସି
ହୁଅଂତି ଅଧିକ ପ୍ରୟାସୀ
ଅଥଚ ଭାଷା ଶିକ୍ଷା ବେଳେ
ପିଲାଂକୁ ଯେତେ କଷ୍ଟ ମିଳେ
ତାହା ହୁଏନି ବିବେଚିତ
ସ୍ବଭାଷା ହୁଏନି ଆଦୃତ
ଅନାବଶ୍ୟକ ଯୁକ୍ତାକ୍ଷର
ଲେଖି ଓ ଘୋଷି ବାରଂବାର
ପିଲାଟି ହୋଇଯାଏ ଯଂତ୍ର
ପାସୋରି ଦିଏ ମୂଳମଂତ୍ର
ଅଜଣା ବହୁ ଶବ୍ଦ ଖଂଜି
ଲେଖି ବି ପାରେନାହିଁ ବୁଝି
କଥା ଓ ଲେଖା ମଧ୍ୟେ ଭେଦ
ଯୋଗୁଁ ତ ତ୍ରୁଟି ଓ ପ୍ରମାଦ
ଲେଖାରେ ହୁଏ ବାରଂବାର
ମିଳେନି ତା’ର ପ୍ରତିକାର
ଅତ୍ୟଧିକ ସଂସ୍କୃତ ପ୍ରୀତି
ଯୋଗୁଁ ହେଉଛି କେତେ କ୍ଷତି
କରିଲେ ତହିଁର କଳନା
ପଡ଼ୁଛି କଂଚା ସତ ଜଣା
ଏବେ ନ ହେଲେ ସଚେତନ
ସଂଭବ ଭାଷା ବିଲୋପନ
ବାସ୍ତବ ଭାଷାକୁ ସମ୍ମାନ
ଦେଲେ ହିଁ ଘଟିବ ଉତ୍ଥାନ
ଶିକ୍ଷକ ଆଉ ଗୁରୁଜନ
ଏଆଡ଼େ ଦେବେ କେବେ ଧ୍ୟାନ ?