Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରି ଆମେ ଅଟକିଛେ କାଞ୍ଚି ଗଣେଷଙ୍କ ନିକଟରେ। କୁହାଯାଏ ଏହି ଗଣେଶ ଯାହାଙ୍କ ଅନ୍ୟ ନାମ କାମଦ ଗଣେଶ, ସେ କୌଣସି ବୈଦିକ ଦେବତା ନୁହଁନ୍ତି। ସୃଷ୍ଟି ଆରମ୍ଭ ପୂର୍ବରୁ ଅଯୋନି ସମ୍ଭୁତା ଏହି ଗଣପତି ତାନ୍ତ୍ରିକ ଦେବତା ହିସାବରେ ପୂଜିତ ହେଉଥିଲେ। ତାଙ୍କୁ ଆରାଧନା ନକରି ବ୍ରହ୍ମl ସୃଷ୍ଟି କାର୍ଯ୍ୟରେ ପ୍ରବୃତ ହେବାରୁ ଅନେକ ବିଘ୍ନ ଘଟିଲା। ସମସ୍ତ ନଦୀମlନେ ସମୁଦ୍ର ଗାମୀ ନହୋଇ, ପର୍ବତ ଗାମୀ ହେବାକୁ ଲାଗିଲେ, ସୂର୍ଯ୍ୟ, ଚନ୍ଦ୍ରଙ୍କର ମଧ୍ୟ ଗତିରେ ପରିବର୍ତ୍ତନ ହେଲା। ବ୍ରହ୍ମl ନିଜର ଭୁଲ ବୁଝିପାରି ସଙ୍ଗେ ସଙ୍ଗେ କାମଦ ଗଣେଶଙ୍କ ସ୍ତୁତି କଲେ। ତାଙ୍କର ଆଜ୍ଞା ଭିକ୍ଷା କରି ପୁନଶ୍ଚ ସୃଷ୍ଟି ରଚନାରେ ଲାଗିପଡିଲେ ।

ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ପ୍ରମୁଖ ସେବକ ଭିତରଛ ମହାପାତ୍ର ଏହି ଗଣେଷଙ୍କ ପୂଜା ଅର୍ଚ୍ଚନା ଓ ସେବା ନୀତି କରିବାର ଅଧିକାର ପାଇଛନ୍ତି । ଦୈନିକ ଠାକୁର (କାଞ୍ଚି ଗଣେଶ )ଙ୍କ ମଇଲମ, ସ୍ନାନ, ବେଶ, ବଲ୍ଳଭ ଭୋଗଠାରୁ ପହୁଡ଼ ପର୍ଯ୍ୟନ୍ତ ସମସ୍ତ ରୀତିନୀତି ପାଳିତ ହୁଏ। ବିଶେଷ ଭାବରେ ଗଣେଶ ଚତୁର୍ଥୀ ଦିନ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୁଏ। ଓଡ଼ିଶା ଛଡା,କର୍ଣ୍ଣାଟକ, ଆନ୍ଧ୍ରା, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହାଙ୍କୁ ଦର୍ଶନ କରିବା ପାଇଁ ଆଗ୍ରହୀ ଥାନ୍ତି। ଶିବ ବିବାହ ଦିନ ପ୍ରଥମେ ଏହି ଗଣେଶଙ୍କୁ ଆବାହନ କରାଯାଏ, କଥିତ ଅଛି ଶିବଙ୍କ ଆବର୍ତ୍ତମାନ ରେ ସେ (କାମଦ ଗଣେଶ )ନିଜ ସ୍ୱଇଚ୍ଛାରେ ପାର୍ବତୀଙ୍କ କୋଳ ମଣ୍ଡନ କରିଥିଲେ। ପ୍ରସିଦ୍ଧ “ବେଢା ବୁଲା “କାବ୍ୟରେ ତେଣୁ ଲିଖିତ ଅଛି “ଭଣ୍ଡ ଗଣେଶଙ୍କୁ ମୁଣ୍ଡ ଲଗାଅରେ ଧନ, ପାର୍ବତୀଙ୍କ ବିଭା କାଳେ ହେଲେ ଏ ବରଣ ।”

ସେ ଯାହା ହେଉ ଶ୍ରୀ ତତ୍ତ୍ୱନିଧି ଶାସ୍ତ୍ରରେ ସମୁଦାୟ ୩୨ ପ୍ରକାର ଗଣପତିଙ୍କ ବର୍ଣ୍ଣନା ଅଛି। ସେମାନଙ୍କ ମଧ୍ୟରେ କାମଦ ଗଣେଶ ବା କାଞ୍ଚି ଗଣେଶ ସର୍ବ ପୁରାତନ ଓ ସର୍ବ ବନ୍ଦ୍ୟ ଅଟନ୍ତି। ଆସନ୍ତୁ ତାଙ୍କୁ କରିବା ଆରାଧନା ଓ ଯଥା ରୀତି ଭାଗବତ ପଠନ।

“ସ୍ଵଭାବେ ଦେହ ଜଡ଼ମୟ
ସ୍ଥକିତ ମୂର୍ତ୍ତିକାର ପ୍ରାୟ ।
ଆତ୍ମା ପରମହଂସ ରୂପେ
ନିତ୍ୟେ ବସଇ ନାନାବୃକ୍ଷେ ।
ଏ ଆତ୍ମା ବ୍ରହ୍ମ ସୁକ୍ଷ୍ମ ସାର
ନିର୍ମଳ ନିତ୍ୟ ନିରାକାର ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.