Latest Odisha News

BREAKING NEWS

ସିବିଆଇକୁ ବିଜେପି ରାଜନୈତିକ ଆୟୁଧ ଭାବେ ବ୍ୟବହାର କରୁଛି: ବିଜେଡ଼ି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ହୋଇଥିବା ସିବିଆଇ-କୋଲକାତା ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଘଟଣାରେ ସୋମବାର ଦିନ କେନ୍ଦ୍ରକୁ ଦୋଷାରୋପ କରି ବିଜେଡ଼ି କହିଛି କେନ୍ଦ୍ର ସରକାର ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି ।

ଲୋକସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବରିଷ୍ଠ ବିଜେଡ଼ି ନେତା ଭତ୍ତୃହରି ମହତାବ କହିଛନ୍ତି, ସର୍ବୋଚ୍ଚ ସଂସ୍ଥାଗୁଡ଼ିକର ଅଖଣ୍ଡତା ବଜାୟ ରହୁ । ସବୁ ସ୍ଥାନରେ ବୃତ୍ତିଗତ ସ୍ୱାଧୀନତା ରହିବା ନିତାନ୍ତ ଆବଶ୍ୟକ । ତେବେ ସିବିଆଇ ପ୍ରରୋଚିତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ।

କୋଲକାତା ଘଟଣା ପ୍ରସଙ୍ଗ ଉପସ୍ଥାପନ କରିବା ବେଳେ ସେ ଲୋକସଭାରେ କହିଛନ୍ତି, ଗତକାଲି ଯେଉଁଭଳି ଭାବେ କୋଲକାତା ପୋଲିସ କମିଶନରଙ୍କ ବାସଭବନରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା, ତାହା ଆଦୌ ଠିକ୍ କଥା ନୁହେଁ । ଏବେ ସିବିଆଇ ଏକ ରାଜନୈତିକ ଆୟୁଧ ପାଲଟି ଯାଇଛି । ଯେଉଁ ଲୋକମାନେ ଦୁର୍ନୀତିଗ୍ରସ୍ତ ସେମାନଙ୍କୁ ସିବିଆଇ ଧରୁ ମାତ୍ର ନିର୍ଦ୍ଦୋଶଙ୍କୁ ନୁହେଁ । କିଛିମାସ ପୂର୍ବରୁ ଓଡ଼ିଶାରେ ଜଣେ ହାଇକୋର୍ଟ ଜଜଙ୍କ ଘରକୁ ସିବିଆଇ ପଶିଯାଇଥିଲା । ଓଡ଼ିଶାରେ ସିବିଆଇ ରାଜନୈତିକ ଅସ୍ତ୍ର ପାଲଟି ବିଜେଡ଼ି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ସାଂସଦ ଭର୍ତ୍ତୃହରି ମହତାବ ଅଭିଯୋଗ କରି କହିଛନ୍ତି ।

Leave A Reply

Your email address will not be published.